ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ କାର୍ଯ୍ୟକ୍ରମ “ସମର୍ଥ” ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ’ରେ ପାଳିତ ।
ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ କାର୍ଯ୍ୟକ୍ରମ “ସମର୍ଥ” ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ’ରେ ପାଳିତ ।Image to PDF 20231015 13.56.00
———————————————-
ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷ’ରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ’ର ମିଳିତ’ରେ “ସାଇଟ୍ ସେଭର୍ସ୍ ଇଣ୍ଡିଆ” ସହାୟତା’ରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୩” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
“ସମର୍ଥ” ଅନୁଷ୍ଠାନ’ର ସଭାପତି ଶ୍ରୀ ନିରଞ୍ଜନ ବେହେରା’ଙ୍କ ସଭାପତିତ୍ବ’ରେ ଏବଂ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା’ଙ୍କ ସଂଯୋଜନା’ରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ସଭା’ରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଧଳାବାଡ଼ି , ଦୃଷ୍ଟି-ବାଧିତ ଭାଇ ଭଉଣୀ ମାନଙ୍କ ହେଉଛି ଏକ ମହାନ୍ ରକ୍ଷା କବଚ , ଏହି ଧଳାବାଡ଼ି’ର ବ୍ୟବହାର ଦ୍ଵାରା ଦୃଷ୍ଟି ବାଧିତ ଭାଇ ଭଉଣୀ ଓ ବ୍ୟକ୍ତି ମାନେ ସମାଜ’ରେ ଯିବା ଆସିବା କରିବା ସହଜ ଓ ସୁରକ୍ଷିତ । ତେଣୁ ସବୁବେଳେ ଏହି ଧଳା ବାଡ଼ିର ବ୍ୟବହାର ଓ ଉପଯୋଗିତା’ର ସୁବିଧା ନେବା ଦିଗରେ ସେମାନଙ୍କୁ ସଚେତନ ହେବାକୁ କହିଥିଲେ।
ଅନ୍ୟ ପକ୍ଷରେ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସହାୟତା ଯେଭଳି ସହଜେ ପହଞ୍ଚି ପାରିବ ଏବଂ ସମାଜ’ରେ ସେମାନେ ଯେଭଳି ସମ୍ମାନ’ର ସହ ବଞ୍ଚିପାରିବେ ତାହାହିଁ ଆଜି ଦିବସ’ରେ ମୋର କାମନା ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଏବଂ ଅଧ୍ୟାପକ ଶ୍ରୀ ସୋମନାଥ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦୃଷ୍ଟି ବାଧିତ ମାନଙ୍କ ପାଇଁ ସରକାର’ଙ୍କ ପକ୍ଷ’ରୁ ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କ’ରେ ଅବଗତ କରାଇ ତାହାର ସୁବିଧା ସୁଯୋଗ ନେବାକୁ କହି ସେମାନେ ସମାଜ’ରେ ଯେଭଳି ସମ୍ମାନ ଓ ଗର୍ବ’ର ସହିତ ସୁସ୍ଥ ଜୀବନଯାପନ କରିପାରିବେ ସେ ଦିଗରେ ସମସ୍ତେ ବ୍ରତୀ ହେବାକୁ କହିଥିଲେ ।
“ସମର୍ଥ” ଅନୁଷ୍ଠାନ’ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା କାର୍ଯ୍ୟକ୍ରମ’ରେ ସଂଯୋଜନା କରି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଧଳା ବାଡି ଦୃଷ୍ଟି ବାଧିତ ଭାଇ ଭଉଣୀ ଙ୍କ ପାଇଁ ଏକ ଅମୋଘ ଅସ୍ତ୍ର – ଏହି ଧଳା ବାଡି ଧରିବା ଦ୍ଵାରା ସେମାନେ ସବୁ ବେଳେ ଏବଂ ସବୁ ଆଡ଼େ ନିରାପଦ’ରେ ଚଳ ପ୍ରଚଳ କରିପାରିବେ ବୋଲି କହି ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିବା ସ୍ମାର୍ଟ-କେନ ଓ ଧଳା ବାଡ଼ି’ର ସଦ ଉପଯୋଗ କରିବାକୁ କହିଥିଲେ ।
ଏହି ଅବସର’ରେ ୨ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀ’ଙ୍କୁ ସ୍ମାର୍ଟ-କେନ ଏବଂ ୧୦ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀ’ଙ୍କୁ ଧଲାବାଡ଼ି ମୁଖ୍ୟଅତିଥି ତଥା ଜିଲ୍ଲା ଦୌରl ଜଜ୍ ଶ୍ରୀ ରାଉତରାୟ ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମ’ରେ ଗଜପତି କଳା ପରିଷଦ’ର କଳାକାର ମାନେ ଗୁରୁ ନୃସିଂହ ପ୍ରସାଦ ପାଢୀ’ଙ୍କ ନେତୃତ୍ୱ’ରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା’ର ବିଭିନ୍ନ ଅଞ୍ଚଳ’ରୁ ଭିନ୍ନକ୍ଷମ ଏବଂ ଦୃଷ୍ଟି ବାଧିତ ଭାଇ ଭଉଣୀ ମାନେ ଆସି ଯୋଗ ଦେଇଥିଲେ ।
ସମର୍ଥ ଅନୁଷ୍ଠାନ’ର ଶ୍ରୀ କେଦାର ପାଣିଗ୍ରାହୀ ଓ ସରୋଜିନୀ’ଙ୍କ ସମେତ ଅନ୍ତେବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା’ରେ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————