March 8, 2026

ଗଞ୍ଜାମ ସହର ଦୁଲିକିଲା ହକି ବିଶ୍ୱକପର ଶୁଭାରମ୍ଭ ପର୍ବରେ….

oiujoiio
Share

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ରେ ଏଲଇଡି ମାଧ୍ୟମରେ ଗଞ୍ଜାମ ସହର ବାସି ଦେଖିବାକୁ ପାଇଥିଲେ ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପର ଶୁଭାରମ୍ଭ କରିଥିବା ମହାମହିମ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ସହର ବାସୀ ଉପଭୋଗ କରିଛନ୍ତି l ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ବିଡ଼ିଓ ଜସ୍ମିନ ପ୍ରଧାନ, ଏନଏସି ଇଓ ଅବିନାଶ ମିଶ୍ର, ଉପନଗରପାଳ ସୁରେନ୍ଦ୍ର ବାରିକି, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସି. ଡି. ପି. ଓ ସଲୀଳା ପ୍ରଧାନ. ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ. ଜି. ପି. ଓ ଶ୍ରୀକାନ୍ତ ଗୌଡ଼. ବିଜେଡି ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପ୍ରେସକ୍ଳବ ସଭାପତି ଶବର କୁମାର ତରାଇଙ୍କ ସମେତ ପ୍ରେସ କ୍ଳବ ସମସ୍ତ କର୍ମକର୍ତା, ମହିଳା ସ୍ୱଚ୍ଛ ସାଥୀ, ଅଙ୍ଗନବାଡି କର୍ମୀ, ଏବିଇଓ ବିଜୟ ବେହେରା ମହିଳା ସଙ୍ଗ ର ମହିଳା ମାନେ ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ତଥା ବିଶ୍ୱକପ ଭଳି ବଡ଼ ଆୟୋଜନକୁ ସହର ବାସୀ ଭୁୟଂସି ପ୍ରଶଂସା କରିଥିଲେ l ସେହିପରି ଏନଏସିର ବିଭିନ୍ନ ୱାର୍ଡରେ ଏଲଇଡି ଲଗାଯାଇ ଥିବା ଇଓ ମିଶ୍ର ସୂଚନା ଦେଇଛନ୍ତି(ପ୍ରଦୀପ କୁମାର ପଣ୍ଡା)