September 29, 2024

ଟ୍ରକ୍ ବାଇକି ଦୁର୍ଘଟଣା ଜଣେ ଗୁରୁତର, ସାମ୍ବାଦିକଙ୍କ ମହାନତା

Share

ଟ୍ରକ୍ ବାଇକି ଦୁର୍ଘଟଣା ଜଣେ ଗୁରୁତର, ସାମ୍ବାଦିକଙ୍କ ମହାନତା

 

ବୋଲଗଡ଼,୧୧/୧୦ (ଉପାନ୍ତ ଓଡ଼ିଶା): ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ କପାସିଆ ଗ୍ରାମଠାରେ ଏକ ମର୍ମତୁତ ସଡ଼କ ଦୃଘଟଣlରେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ରାଜସୁନାଖଳା ଠାରୁ ଏକ ବାଇକୀ OD25K – 9233 ଯୋଗେ ବୋଲଗଡ଼ ଥାନା ଅନ୍ତର୍ଗତ କଳlଙ୍ଗ ଗ୍ରାମର ଭାସ୍କର ମାଲିକ (୫୦) ବର୍ଷ ଗ୍ରାମକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଆଇଚର୍ ଟ୍ରକ୍ OD02 AV 1487 ପଛପଟୁ ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ଭାସ୍କର ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ ।ଏଥିରେ ତାଙ୍କର ମୁଣ୍ଡ ,ଗୋଡ଼ ହାତ ଗୁରୁତର ଆଘାତ ପାଇ ରାସ୍ତାକଡ଼ରେ ଚେତସୁନ୍ୟ ହୋଇ ପଡ଼ିଥିଲେ ।ସ୍ଥାନୀୟ ଜନ ସାଧାରଣ 108 ଆମ୍ବୁଲାନ୍ସ ଡାକିଥିଲେ ମଧ୍ୟ ବହୁସମୟ ଧରି ପହଁଚି ପlରି ନଥିଲା ।ତେବେ ଦୁର୍ଘଟଣା ର ଖବର ପାଇ ବୋଲଗଡ଼ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ପ୍ରସନ୍ନ ସ୍ୱାଇଁ ,ଗଙ୍ଗାଧର ଦାସ ,ଦିଲ୍ଲୀପ ଚୌଧୁରୀ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ କାର ଯୋଗେ ବୋଲଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ସେଠାରେ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ କପlଶିଆ ଗ୍ରାମବାସୀ ମାନେ ଅଟକାଇ ଥିଲେ ।ପରେ ବୋଲଗଡ଼ ଥାନାରେ ଆତ୍ମସମର୍ପଣ କରିବାକୁ କହି ଟ୍ରକ୍ ଚାଳକ ଟ୍ରକ୍ ନେଇ ନୟାଗଡ଼ ଅଭିମୁଖେ ଛୁ ମାରିଥିଲା ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।