June 23, 2026

ମୋହନାରେ ବିଜେଡିର ଜନ ସମ୍ପର୍କ ଯାତ୍ରା

WhatsApp Image 2023-10-11 at 6.15.21 PM
Share


ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ମୋହନା ଠାରେ ବିରାଟ ପଟୁଆର ସହ ସ୍ଥାନୀୟ ହାଇସ୍କୁଲ ଛକ ଠାରୁ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପଟୁଆର ସହ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନେ ସ୍ଥାନେ ସରକାର ଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବା ସହ ଲୋକଙ୍କୁ ପୁଣି ବିଜେଡି ସରକାରଙ୍କୁ ଷଷ୍ଠ ଥର ନିମନ୍ତେ ପୁଣି ଶାସନଭାର ଦେବାକୁ ଦଳୀୟ ନେତା ମାନେ ପ୍ରଚାର କରିଥିଲେ। ଏହି ଜନ ସମ୍ପର୍କ ଯାତ୍ରା ମୋହନା ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ବ୍ଲକ ସଭାପତି ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଯୋଗଦେଇଥିବା ବେଳେ ନବୀନ ଶାସନ ଲୋକଙ୍କ ଶାସନ ଲୋକଙ୍କ ପାଇଁ ବୋଲି ପ୍ରକାଶ କରିଥିଲେ। ଏହାସହ ସମସ୍ତ ଯୋଜନା ଲୋକଙ୍କ ହିତ ପାଇଁ ବୋଲି ପ୍ରକାଶ କରିବା ସହ ପୁଣି ନବୀନ ସରକାରଙ୍କୁ ଦାୟିତ୍ଵ ଦେଇ ଓଡ଼ିଶା ରେ ଶାସନ କ୍ଷମତା ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଜନ ସମ୍ପର୍କ ଯାତ୍ରା ରେ ଅଞ୍ଚଳର ପ୍ରାୟ ପାଞ୍ଚ ହଜାର କର୍ମୀ ଯୋଗଦେଇଥିଲେ। ଏହି ଯାତ୍ରା ରେ ଦଣ୍ଡାସି ସାହୁ, ପ୍ରକାଶ ନାୟକ, ଫିରୋଜ ପଟ୍ଟନାୟକ, ସୁନିଲ ବିଷୋୟୀ, ଚନ୍ଦ୍ର କୁମାର ମଲ୍ଲିକ, ନର୍ମଦା ଦଳାଇ, ଏସ. ଲିଙ୍ଗରାଜ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଝୁମୂରି ବୀରଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଜେଡି ପଦାଧିକାରୀ, କର୍ମୀ ପ୍ରମୁଖ ଉପସ୍ଥିତ ରହି ଜନ ସମ୍ପର୍କ ଯାତ୍ରା କୁ ସଫଳ କରିଥିଲେ।

You may have missed