ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ ଜିଲ୍ଲା ପୁଲିସ ତରଫରୁ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରୁଥିବା ବେଳେ ସୋମବାର କଣ୍ଟାମାଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଣ୍ଟାମାଳରୁ ଏକ ବାଇକ୍ ରାଲି ବାହାରି ଗୁଣ୍ଡିମହୁଲସ୍ଥିତ ଦଧିବାବନ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରେ ଆଦର୍ଶ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ କଣ୍ଟାମାଳ ହାଇସ୍କୁଲରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟଠାରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଲିସ ଏସ ଆଇ ତୁଲାରାମ ମହାନନ୍ଦ, ଏସ୍ଇ ସସ୍ମିତା ମଗର ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହି ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ। ପ୍ରତ୍ୟେକ ବିଦ୍ୟାଳୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
