September 29, 2024

*ଜିଲ୍ଲାସ୍ତରୀୟ ୬୯ତମ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ପାଳିତ।*

Share

*ଜିଲ୍ଲାସ୍ତରୀୟ ୬୯ତମ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ପାଳିତ।*

ପାରଳାଖେମୁଣ୍ଡି, ତା.୦୬.୧୦.୨୦୨୩

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଆଜିର ଏହି ଆଲୋଚନାର ବିଷୟ ବସ୍ତୁ ରହିଥିଲା”ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗୀତା” ଶୀର୍ଷକ ବିଷୟକୁ ନେଇ ୬୯ତମ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଇଛି । ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ୱାଇଲ୍ଡ ଲାଇଫ୍ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବନ୍ୟ ଜନ୍ତୁଙ୍କ ବିଷୟରେ ଜାଣିବା ଓ ସଂରକ୍ଷଣ ପାଇଁ ସମସ୍ତଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦିଆଯାଇଛି । ଏନେଇ ସମସ୍ତ ଅତିଥି ଗଣ ପ୍ରତିକ୍ରିୟା ରଖିଛନ୍ତି । ଆଜିର ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ, ଗଜପତି ଓ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ,ଗଜପତି ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି ଓ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ଏସିଏଫ୍ ,ପାରଳାଖେମୁଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ. ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରତି ଜଣେ ମଣିଷ ଗୋଟିଏ ଗଛ ଲଗାଇବା, ପ୍ରତ୍ୟେକ ବନ୍ୟ ପ୍ରାଣୀ ଜୀବଙ୍କ ସୁରକ୍ଷା ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଅଛି। ଏହା ସହିତ ପରିବେଶ ଦୂଷିତ ନକରିବା ପ୍ଲାଷ୍ଟିକ ଓ ପୋଲିଥିନ ବ୍ୟବହାର ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ.ଅନନ୍ଧ କହିଥିଲେ ଯେ ପୃଥିବୀ ପୃଷ୍ଠରେ ମଣିଷ ସୁଖ ସ୍ଵାଚ୍ଛନ୍ଦ୍ୟ ସହ ବଞ୍ଚିବାକୁ ହେଲେ ପ୍ରକୃତିରେ ଥିବା ସମସ୍ତ ଜୀବଜନ୍ତୁ, କୀଟପତଙ୍ଗ, ପକ୍ଷୀ ଓ ଜଳଚର ଜୀବଙ୍କ ପ୍ରତି ଉପଯୁକ୍ତ ଗୁରୁତ୍ବ ଦେଇ ସେମାନଙ୍କ ଜୀବନ ଧାରାକୁ ସମ୍ମାନ ଜଣାଇବା ଆବଶ୍ୟକ । ପ୍ରତ୍ୟେକ ଜୀବଜନ୍ତୁ ପ୍ରକୃତିର ସାମଗ୍ରିକ କାର୍ଯ୍ୟରେ ସହଯୋଗ କରିଆସୁଥିବା ଯୋଗୁଁ ଆମ ଚାରିପଟେ ଥିବା ବୃକ୍ଷ ଲତା ଓ ଜୀବଜନ୍ତୁଙ୍କ ବିଷୟରେ ସଚେତନ ହେବା ସହିତ ସେମାନଙ୍କ ବାସ ସ୍ଥାନକୁ ନଷ୍ଟ ନକରିବା ପାଇଁ ଅନୁରୋଧ କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବନ୍ୟ ଜନ୍ତୁ ସଂରକ୍ଷଣ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରିଥିବା ଯୋଗୁଁ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ବୁଧରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସଞ୍ଜୟ କୁମାର ମିଶ୍ରଙ୍କୁ ଜଙ୍ଗଲ ବିଭାଗ ଦ୍ଵାରା ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନ ବିଭାଗର ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା।