June 22, 2026

ଝଙ୍କଡ଼ ଶାରଳା ପୀଠରେ ପ୍ରଫେସନାଲ ଫଟୋଗ୍ରାଫର ଟିମ୍ ଗଠିତ*

IMG-20230930-WA0024
Share

ଝଙ୍କଡ଼ ଶାରଳା ପୀଠରେ ପ୍ରଫେସନାଲ ଫଟୋଗ୍ରାଫର ଟିମ୍ ଗଠିତ*
==================== ତିର୍ତ୍ତୋଲ,,,:-ବି.ଏନ.ଏନ ପପୁଙ୍କ ସଭାପତିତ୍ୱରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର କାର୍ଯ୍ୟରତ ଫଟୋଗ୍ରାଫର ମାନେ ଏକତ୍ରିତ ହୋଇ ପ୍ରଫେସନାଲ ଫଟୋଗ୍ରାଫର ଟିମ୍ ଗଠନ କରିଛନ୍ତି | ପ୍ରଥମେ ମା’ଶାରଳାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମୂଳିସିଂ ସ୍ଥିତ ଏକ ମଣ୍ଡପରେ ବୈଠକ ଆୟୋଜନ ହୋଇଥିଲା | ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବି.ଏନ.ଏନ ପପୁ, ଉପସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ବିଶ୍ଵକେତନ ସାହୁ, କୋଷାଧକ୍ଷ ପ୍ରଦୀପ କୁମାର ଶୁକ୍ଲା,ସହସମ୍ପାଦକ କୁସନ କୁମାର ସିହ୍ନା, ଉପଦେଷ୍ଟା ଭାବେ ଅଜୟ କୁମାର ପଟ୍ଟନାୟକ ସ୍ୱପସରିତା ପରିଡା ଏମ୍ ଏସେ ରାଜନ କୁମାର ଚିନ୍ମୟ ସାହୁ ପ୍ରମୁଖ ମନୋନ୍ଵିତ ହୋଇଥିଲେ | ସ୍ବପ୍ନ ସରିତ ପରିଡା ସଭା ପରିଚାଳନା କରିଥିଲେ | ଅନେକ ସମୟରେ ଫଟୋଗ୍ରାଫର ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ତେଣୁ ଏହି ନବ ନିର୍ମିତ ସଙ୍ଘ ଫଟୋଗ୍ରାଫର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ ବୋଲି ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ମତ ଦେଇଥିଲେ | ଆଗାମୀ ଦିନରେ ଏହି ସଙ୍ଘ ରାଜ୍ୟବ୍ୟାପି ସଦସ୍ୟ ସଂଗ୍ରହ ସହିତ ଏକ ଶୃଙ୍ଖଳିତ ସଙ୍ଘ ଭାବେ ନିଜର ନାଁ ରଖିବା ପାଇଁ ସମସ୍ତ ସଭ୍ୟ ମାନେ ଉଦ୍ୟମ କରିବା ପାଇଁ କର୍ମକର୍ତ୍ତା ମାନେ ମତ ରଖିଥିଲେ | ଜଗତସିଂହପୁର ସମେତ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ପଚାଶ ରୁ ଉର୍ଧ୍ଵ ଫଟୋଗ୍ରାଫର ଏହି ସଂଘରେ ସ୍ୱଇଚ୍ଛାରେ ଯୋଗ ଦେଇଥିଲେ |

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା l