October 11, 2026

ବୁଗୁଡ଼ା ବ୍ଲକରେ ରାଷ୍ଟୀୟ ପୋଷଣ ମାସ କାର୍ଯ୍ୟକ୍ରମ

IMG-20230930-WA0026
Share

ବୁଗୁଡ଼ା ବ୍ଲକରେ ରାଷ୍ଟୀୟ ପୋଷଣ ମାସ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୩୦/୦୯/୨୩ : ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ପରିପ୍ରେକ୍ଷୀରେ ବୁଗୁଡ଼ା ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ତରଫରୁ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅଙ୍ଗନୱାଡି କର୍ମୀମାନଙ୍କୁ ନେଇ ପୋଷଣ ମାସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ବିଡିଓ ସନ୍ତୋଷ କୁମାର ଜେନା ଓ ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ସ୍ବ ସ୍ବ ବକ୍ତବ୍ୟରେ ନିର୍ଭୟା କଢି ଓ ବିଜୁ କନ୍ଯା ରତ୍ନ ଯୋଜନା ସାଙ୍ଗକୁ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ମାଆ ଓ ଶିଶୁମାନେ ଅପପୃଷ୍ଟି ରୋଗରୁ ମୁକ୍ତି ପାଇବା ସହ ଜନ୍ମିତ ଶିଶୁମାନେ ରୋଗମୁକ୍ତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ଅନେକ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ସାଙ୍ଗକୁ ମୋ ଗେହ୍ଲା ଝିଅ , ଅନ୍ନ ପ୍ରାସନ୍ନ , ଗୋଦ୍ ଭରାଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହ ପୋଷଣ କାର୍ଯ୍ୟକ୍ରମର ବ୍ଲକ୍ ସଂଯୋଜିକା ନରସିମା ଆୟାଙ୍ଗାରଙ୍କ ସମେତ ପ୍ରତି ସେକ୍ଟରରୁ ଜଣେ ଲେଖାଏଁ ଅଙ୍ଗନୱାଡି କର୍ମୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୧୦ଟି ସେକ୍ଟରର ଅଙ୍ଗନୱାଡି କର୍ମୀ , ସ୍ବୟଂ ସହାୟିକା ଗୋଷ୍ଠୀର ମାଆମାନେ , ପ୍ରାକ୍ ବିଦ୍ୟାଳୟର ଶିଶୁ ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ ।

You may have missed