April 30, 2026

ସାଗରଗୁଆଁ ଗ୍ରାମ ପଞ୍ଚାୟତ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ।

WhatsApp Image 2023-09-30 at 5.03.58 PM
Share

ବୋଲଗଡ଼ ୩୦/୦୯(ଉପାନ୍ତ ଓଡିଶା ):ଓଡିଶା ମୋ ପରିବାର ଆନୁକୂଲ୍ୟରେ ସାଗରଗୁଆଁ ଗ୍ରାମ ପଞ୍ଚାୟତ ତରଫରୁ ଅଲଟ୍ରା ସ୍କୁଲ ପରିସରରେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ସୌଜନ୍ୟରେ ଶନିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ,ଖୋର୍ଦ୍ଧାଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ଓ଼ ସଂମ୍ମାନିତ ଅତିଥିଭାବେ ଜିଲ୍ଲା ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସାଗରଗାଁ ବିଜେଡି ସଭାପତି ସରୋଜ ଛୋଟରାୟ ନାୟବ ସରପଞ୍ଚ ଆଲୋକ ପ୍ରଧାନ ଉଦଘାଟନ କରିଥିଲେ ବ୍ଲକ ଅଙ୍ଗନବାଡି ସଂଘର ସମ୍ପାଦିକା ନମିତା ପ୍ରଧାନ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସର୍ବ ମୋଟ ସେଣ୍ଟ୍ରାଲ ବ୍ଳଡବ୍ୟାଙ୍କ କଟକ ଦ୍ୱାରା ୟୁନିଟ ୮୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୨୬ନମ୍ବର ଜୋନ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ଓ ସାଗରଗାଁ ବିଜେଡି ସଭାପତି ସରୋଜ ଛୋଟରାୟ ସମସ୍ତ ରକ୍ତଦାତା ଓ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed