କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ଅଭିଭାବକ ସହଭାଗିତା ବୈଠକ
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ଦଳାଇ,ବ୍ଲକ ସଂପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ,କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ମଣ୍ଡାଙ୍ଗି, ବରିଷ୍ଠ ନାଗରିକ ଗୋଲକନାଥ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୀବ ଗାଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଅଭିଭାବକ ମାନଙ୍କୁ କାର୍ଯ୍ୟକ୍ରମର ରୂପରେଖ ପ୍ରାଞ୍ଜଳ ଭାବେ ଅତିଥି ମାନେ ବୁଝାଇଥିଲେ। ଏଥିରେ ମିଶନ ଶକ୍ତି ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜର ଷ୍ଟଲ କରି ତାଙ୍କ ଦ୍ୱାରା ନିର୍ମିତ ଜିନିଷଗୁଡ଼ିକ ପ୍ରଦର୍ଶନ କରିଥିଲେ । ସେହିପରି ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସମସ୍ତ ପୃଷ୍ଟିକର ସାମଗ୍ରୀ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନିମନ୍ତେ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସମସ୍ତ ବିଭାଗର ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ବୈଠକରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ଦ୍ଵାରା ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାରର ସୁବିଧା, ଛାତ୍ରଛାତ୍ରୀ ଖାଇବା ଓ ଶୈକିକ ପରିବେଶ ବାତାବରଣ ସୃଷ୍ଟି କରିବା ଦିଗରେ ପରାମର୍ଶ ଦିଆଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଜିକ୍ୟ ଚେୟାର,ରଙ୍ଗୋଲି ଗ୍ରଫ ଡାନ୍ସ, ପରିବେଷଣ ହୋଇଥିଲା ବିଦ୍ୟାଳୟ ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।।
ରିପୋର୍ଟ ରାକେଶ କୁମାର ବେହେରା