November 22, 2024

ସକାଳର ଖବର, ୨୮-ସେପ୍ଟେମ୍ବର-୨୦୨୩, ଗୁରୁବାର*

Share

*╭──────────────────╮*
*🌄ସକାଳର ଖବର, ୨୮-ସେପ୍ଟେମ୍ବର-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆବିଷ୍କାର ହେଲା ବିଶ୍ବର ୮ମ ମହାଦେଶ ‘ଜିଲାଣ୍ଡିଆ’, ଏହାର ୯୪% ଭାଗ ସମୁଦ୍ର ତଳେ ରହିଛି l ବୈଜ୍ଞାନିକ ଓ ଗବେଷକମାନେ ପୃଥିବୀର ୮ମ ମହାଦେଶକୁ କଲେ ଆବିଷ୍କାର l ଏହି ଦ୍ୱୀପର ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଆଖପାଖ ଅଞ୍ଚଳରେ ଅବସ୍ଥିତ ।

➡️୨-ଇନ୍ଦୋର ଠାରେ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା ୨୦୨୨ର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି l

➡️୩-ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲେ ଘରୋଇ ବସ୍ ମାଲିକ ସଂଘ।

➡️୪-ଆସନ୍ତା ୨୯ ତାରିଖରୁ ଉପକୂଳ ଓ ଦକ୍ଷିଣରେ ବର୍ଷା ପରିମାଣ ବଢ଼ିବ l ଆସନ୍ତା ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ ବର୍ଷା ସମ୍ଭାବନା l

➡️୫-ନନ୍ଦନକାନନରେ ମାଈ ଭାଲୁ ‘ତାରିଣୀ’ର ମୃତ୍ୟୁ, ଅସୁସ୍ଥତା କାରଣରୁ ଚାଲିଥିଲା ଚିକିତ୍ସା l

➡️୬-ବଡ଼ମ୍ବା ସ୍ଥିତ ନିଖୋଜ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କଲା ପୋଲିସ l ଆନ୍ଧ୍ରରୁ ଗିରିଶୋଲା ଆଡ଼କୁ ବାଇକ୍‌ରେ ଯାଉଥିବା ବେଳେ ଠାବ ହେଲେ ।

➡️୭-ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୮-ଖୋଲାଗଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି l ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା l

➡️୯-ବାଲୁକା କଳା ମାଧ୍ୟମରେ ସ୍ବଚ୍ଛତା ବାର୍ତ୍ତା, ପୁରୀ ବେଳାଭୂମିରେ ୨୦ ଫୁଟ୍‌ର ବାଲୁକା କଳା ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ l

➡️୧୦-ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହେଲା ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣିଲା କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରର କାହାଣୀ ।

➡️୧୧-ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ମିଳିଲା ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ l

➡️୧୨-ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ l

➡️୧୩-ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ପରେ ଏବେ ଭାରତକୁ ଉତ୍ତର ଆଫ୍ରିକାରୁ ଅଣାଯାଇପାରେ ଚିତା, ଅଧିକାରୀମାନେ ଦେଲେ ସୂଚନା l

➡️୧୪-ରେକର୍ଡ ଭାଙ୍ଗିଲେ ଆମେରିକାର ମହାକାଶଚାରୀ l ସ୍ପେସ୍‌ ଷ୍ଟେସନ୍‌ରେ ୩୭୧ ଦିନ ରହି ପୃଥିବୀକୁ ଫେରିଲେ ଆମେରିକା ସେନାର ଲେପ୍ଟନାଣ୍ଟ କର୍ଣ୍ଣେଲ ଏବଂ ନାସାର ମହାକାଶଯାତ୍ରୀ ଫ୍ରାଙ୍କ ରବିୟୋ l

➡️୧୫-ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣରେ ଆଇନ ଉଲ୍ଲଂଘନ ଅଭିଯୋଗ ଆଣି ତଦନ୍ତ ଆରମ୍ଭ କଲା ସିବିଆଇ l

➡️୧୬-ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା l

➡️୧୭-ନେପାଳରେ ରଦ୍ଦ ହେଲା ତିନି ତଲାକ, ଅଦାଲତରେ କମ୍ପିଲା ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ l

➡️୧୮-ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ l ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୬୬ ରନରେ ହରାଇଲା, ଭାରତ ନେଲା ଟ୍ରଫି l

➡️୧୯-ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ୨୨ଟି ପଦକ ସହ ସପ୍ତମ ସ୍ଥାନରେ ରହିଲା ଭାରତ l ଏଥିରେ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ରହିଛି l

➡️୨୦-ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ ବିରଳ ରେକର୍ଡ କଲା ନେପାଳ କ୍ରିକେଟ୍ ଟିମ୍ l

➡️୨୧-ଦିନିକିଆ ବିଶ୍ୱକପ୍ ୨୦୨୩ ଲାଗି ହାଇଦ୍ରାବାଦ୍‌ରେ ପହଞ୍ଚିଲା ପାକିସ୍ତାନ ଟିମ୍, ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଫ୍ୟାନ୍‌ଙ୍କ ଭିଡ଼ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ସାମୁଦ୍ରିକ ଦିବସ ll*
*🔅ଆଜି ଜାତୀୟ ଶୁଭ ପଡୋଶୀ ଦିବସ ll*
*🔅ଆଜି ଅନନ୍ତ ବ୍ରତ ll*
*🔅ଆଜି ଅଘୋର ଚତୁର୍ଦଶୀ ll*
*🔅ଆଜି ଭଗତସିଂ ଜୟନ୍ତୀ ll*
*🔅ଆଜି ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ll*

*ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*