September 22, 2026

ଜଗଦଲପୁର ସେକ୍ଟର ପୋଷଣ କାର୍ଯ୍ୟକ୍ରମ

IMG-20230926-WA0035
Share

ଜଗଦଲପୁର ସେକ୍ଟର ପୋଷଣ କାର୍ଯ୍ୟକ୍ରମ

ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୁକୁଡ଼ାଖଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ଡି ବ୍ଳକର ଜଗଦଲପୁର ସେକ୍ଟର ମସିହାଖାଲି ପଞ୍ଚାୟତ ସଭା ଗୃହ ଠାରେ ଅଙ୍ଗନୱାଡି କର୍ମୀ ମାନେକୁ ନେଇ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ କୁମାରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିର୍ଭୟ କଢି କାର୍ଯ୍ୟକ୍ରମ , ବିଜୁ କନ୍ୟାରତ୍ନ ଯୋଜନା ଓ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ପୁଷ୍ଟିକର ଖାଦ୍ୟ ତଥା ମାଣ୍ଡିଆ , ଗହମ , ଶାଗ , ଛତୁଆରେ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ଖାଦ୍ୟ ସେବନ କରିବା ଦ୍ଵାରା ମାଆ ଓ ଶିଶୁମାନେ ଅପପୃଷ୍ଟି ରୋଗରୁ ମୁକ୍ତି ପାଇବା ସହ ଜନ୍ମିତ ଶିଶୁମାନେ ରୋଗମୁକ୍ତ ହୋଇପାରିବେ । ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଗର୍ଭବତୀ ମହିଳାମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟକୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସମନ୍ବୟ ବିଭାଗ ର ସୁପରଭାଇଜର ଉଷା ପଟ୍ଟନାୟକ ସଭା ପରିଚାଳନା କରିଥିଲା। ଅଙ୍ଗନବାଡ଼ି କର୍ମୀ ସଂଘ ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସମ୍ପାଦିକା ସୁଦଷ୍ଠା ପଟ୍ଟନାୟକ, କେଷାଧ୍ୟକ୍ଷା ପ୍ରମିଳା ଜେନା, ଜଗଦଲପୁର ସେକ୍ଟର ପି.ସୁଶୀଳା, ସଂଯୁକ୍ତା କୁମାରୀ ସାହୁ, ଏ.ଲକ୍ଷ୍ମୀ, ଇନ୍ଦିରା ପାତ୍ର, ଲଳିତା ସାହୁ, ଶାନ୍ତିଲତା ଦେବୀ, ଗୀତାଞ୍ଜଳି ମାଝି, ସୁପରଭାଇଜର ମାନେ ହେଲେ ସ୍ମିତାମୟୀ ପ୍ରଧାନ, ଲିଜା ସେଠୀ, ମମତା କୁମାରୀ ପଣ୍ଡା, ପ୍ରତିଭା ମହାନ୍ତି, ସବିତା ଜେନା, ଶର୍ମିଷ୍ଠା ପଣ୍ଡା, ଶାନ୍ତିଲତା ଗମାଙ୍ଗ, ଛବିଲତା ଦେବୀ, ସ୍ୱର୍ଣ୍ଣଲତା ଦେବୀ, ବାପିନା ବିଷୋୟୀ , ପ୍ରଧାନ ଶିକ୍ଷକ ଗଗନ ବିହାରୀ ବେହେରାଙ୍କ ସମେତ ଜଗଦଲପୁର ସେକ୍ଟର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା ଓ ଗର୍ଭବତୀ ମା , ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ , ପ୍ରାକ ବିଦ୍ୟାଳୟର ଶିଶୁ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed