November 22, 2024
Share

*ଖବର ଆଜିର*
ତାରିଖ ୨୬/୦୯/୨୦୨୩ ମଙ୍ଗଳବାର ।।

NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ ଯୋଜନା ।

ନିଖୋଜ ହୋଇଯାଇଥିବା ପାକିସ୍ତାନୀ ସାମ୍ବାଦିକ ତଥା ରାଜନୈତିକ ଟିପ୍ପଣୀକାର ଇମ୍ରାନ୍‌ ରିୟାଜ୍‌ ଖାଁ ଦୀର୍ଘ ୪ ମାସ ପରେ ଘରକୁ ଫେରିଥିବା କଥା ପୁଲିସ କହିଛି। ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଛନ୍ତି।

ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ.. ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଟିମ୍‌ ଇଣ୍ଡିଆ ।

ବିଶ୍ୱକପ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନକୁ ଜାରି ହେଲା ଭାରତର ଭିସା ।

ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା ପ୍ରତିରକ୍ଷାମନ୍ତ୍ରୀ କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ

ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଏକ୍ସିଡେଣ୍ଟରେ ଖୋଲିଲାନି AirBag, ଆନନ୍ଦ ମହିନ୍ଦ୍ରାଙ୍କ ସମେତ  ୧୩ଜଣଙ୍କ ବିରୋଧରେ FIR  ଦେଲେ ମୃତକଙ୍କ ପିତା ।

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।

ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ, ମାଧ୍ୟମିକ ଶିକ୍ଷକ, ଆଶା କର୍ମୀ ଓ ଗାଁ ସାଥୀ ।

କେରଳରେ ସେନା ଯବାନଙ୍କୁ ମରଣାନ୍ତକ ଆକ୍ରମଣ, ହାତ ବାନ୍ଧି ମାଡ଼ ମାରିବା ପରେ ପିଠିରେ ଲେଖିଲେ PFI ।

ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍ ପୁନଃମୂଲ୍ୟାୟନ ପ୍ରସଙ୍ଗ: ପହଞ୍ଚିଲା ୩ଜଣିଆ ପ୍ରତିନିଧି ଦଳ ।

RBI କଡ଼ା କାର୍ଯ୍ୟାନୁଷ୍ଠାନ, SBI ଉପରେ ଲଗାଇଲା ୧.୩ କୋଟିର ଜରିମାନା ।

NIAକୁ ମିଳିବ ଅଧିକ ଶକ୍ତି: ୧ଟି ADG ଓ ୬ଟି IG ପଦ ସୃଷ୍ଟି ନେଇ ମଞ୍ଜୁରୀ ଦେଲା ଗୃହ ମନ୍ତ୍ରଣାଳୟ ।

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ୩୯ ପ୍ରାର୍ଥୀଙ୍କ ୨ୟ ତାଲିକା ଜାରି କଲା ବିଜେପି, ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ର ମନ୍ତ୍ରୀ ।

ସୁପ୍ରଭାତ ,ଶୁଭ ସକାଳ ।