November 23, 2024

ସରକାରୀ ବାଳିକା ବିଦ୍ୟାଳୟ ଅନ୍ତରବାରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟ କ୍ରମ ଅନୁଷ୍ଠିତ ।

Share

ସରକାରୀ ବାଳିକା ବିଦ୍ୟାଳୟ ଅନ୍ତରବାରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟ କ୍ରମ ଅନୁଷ୍ଠିତ ।

ମୋହନା:୨୨/୯ (ଆନିସ) ଗଜପତି ଜିଲ୍ଲା ମୋହନା ବ୍ଳକ ସରକାରୀ ବାଳିକା ବିଦ୍ୟାଳୟ ଅନ୍ତରବାରେ ସହାଭାଗୀ ରୂପେ ଅଭିଭାବକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି I କାର୍ଯ୍ୟ କ୍ରମଟି ବିଦ୍ୟାଳୟ ର ଅତିରିକ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ ଙ୍କ ତ୍ୱତ୍ତା ବଧାନରେ ଶିକ୍ଷକ ବିଶ୍ୱଜିତ ପାଣିଙ୍କ ପରିଚାଳନାରେ, ଶିକ୍ଷକ, ଶିକ୍ଷତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟ କ୍ରମଟି ସୁପରିଚାଳନା କରାଯାଇଛି I ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବଣ ପାହାଡ଼ ଘେରା ଅନ୍ତରବା ସରକାରୀ ବାଳିକା ବିଦ୍ୟାଳୟ ୧୯୯୩ ମସିହା ନଭେମ୍ବର ୨୯ ତାରିଖ କାର୍ତ୍ତିକ ପୁର୍ଣିମା ଦିନ ତତ୍କାଳୀନ ରାଜ୍ୟପାଳ ମାନ୍ୟବର ଶ୍ରୀଯୁକ୍ତ ବି.ସତ୍ୟନାରାୟଣ ରେଡ୍ଡୀଙ୍କ ବରକମଳରେ ଉଦଘାଟିତ ହୋଇଥିଲା I ବିଦ୍ୟାଳୟଟି ୩.୬ ହେକ୍ଟର ବିଶିଷ୍ଟ ଜମିରେ ଦୁର୍ଗମ ମୋହନା ବ୍ଳକ ର ସଦର ମହକୁମାରୁ ମାତ୍ର ୧୩ କି:ମି ଦୂରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବର୍ଗର ଛାତ୍ରୀ ମାନଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ, ସ୍ୱାସ୍ଥ୍ୟର ଉନ୍ନତି, ସାମାଜିକ ଅଭିବୃଦ୍ଧି ଦିଗରେ ଆଲୋକ ବର୍ତ୍ତିକା ଭାବେ କାର୍ଯ୍ୟ କରୁଛି I ପ୍ରଥମେ ୪୦ଜଣ ଛାତ୍ରୀ ୨ ଜଣ ଶିକ୍ଷକ , ଶିକ୍ଷତ୍ରୀ ମାନଙ୍କୁ ନେଇ ପ୍ରଥମ ଶ୍ରେଣୀ ବହୁ କଷ୍ଟରେ ସ୍ୱୀକାର କରି ସୁନ୍ଦର ଶୌଖିନ ବାତାବରଣ ସୃଷ୍ଟି କରି ଆରମ୍ଭ କରାଯାଇଥିଲା I ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୦୪ ଜଣ ଅନ୍ତେବାସୀ ଛାତ୍ରୀ ହଷ୍ଟେଲରେ ରହି ପାଠ ପଡୁଛନ୍ତି ଇଲ୪୦୪ଜଣ ଛାତ୍ରୀଙ୍କ ଶିକ୍ଷା ଦାନ ପାଇଁ ମାତ୍ର ୯ ଜଣ ଶିକ୍ଷକ, ଶିକ୍ଷତ୍ରୀ, ଦଶ ଜଣ ପିଅନ ନିଯୁକ୍ତି ପାଇ ବିଦ୍ୟାଳୟଟି ପରିଚାଳିତ ହେଉଛି ବର୍ତ୍ତମାନ 5t ରେ ସାମିଲ କରି ବିଦ୍ୟାଳୟ ର ରୂପାନ୍ତୀକରଣ କରାଯାଇଥିବା ସୂଚନା ମିଳିଛି I ବିଶେଷ କରି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଭାବ ଥିବା କାର୍ଯ୍ୟ ରତ ଅତିରିକ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ ପ୍ରକାଶ କରିଛନ୍ତି I ବୟସ ଗଡ଼ିଗଲେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକ ପାଇ ନାୟକ ଚନ୍ଦ୍ରଗିରି ସରକାରୀ ବାଳିକା ବିଦ୍ୟାଳୟ ସହିତ ଅନ୍ତରବା ବାଳିକା ବିଦ୍ୟାଳୟ ଆଶ୍ରମ ସମସ୍ତ ସରକାରୀ କଳ କାର୍ଯ୍ୟ ବହୁ କଷ୍ଟରେ ବୁଝୁଥିବା କହିଛନ୍ତି I ଆଜି ଅନୁଷ୍ଠାନର ଛାତ୍ରୀ ମାନେ ଶିକ୍ଷକ, ଶିକ୍ଷତ୍ରୀ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା ଅତିଥି ମାନଙ୍କୁ ପୁଷ୍ପ ଗୋଚ ପ୍ରଦାନ କରି ନୃତ୍ୟ ସଙ୍ଗୀତ ମଧ୍ୟରେ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କୁ ସ୍ୱାଗତ କରିଥିଲେ I ବିଦ୍ୟାଳୟର ସଭାପତି ଷଣ୍ଢ ଗମାଙ୍ଗ ପ୍ରଦୀପ ପ୍ରଜ୍ଜୁଳନ କରି ସହାଭାଗିତ ରୂପେ ଅଭିଭାବକ ବୈଠକ ପ୍ରାରମ୍ଭ କରାଯାଇଛି I ଅନ୍ତେବାସୀ ଛାତ୍ରୀ ମାନଙ୍କ ଅଭିଭାବକ ଓ ଅନୁଷ୍ଠାନ ର ସମସ୍ତ ଛାତ୍ରୀ ଶିକ୍ଷ, ଶିକ୍ଷତ୍ରୀ ପଞ୍ଚାୟତର ସମିତି ସଭ୍ୟା ଅନୁଷ୍ଠାନ ର ପରିଚାଳନା କମିଟି, ବିଭିନ୍ନ ବିଭାଗ୍ୟ ସରକାରୀ ଓ ବେଶରକରି ଅନୁଷ୍ଠାନ କର୍ମୀ ଉପସ୍ଥିତ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟ ଗୁଡ଼ିକ ଉପସ୍ଥିତ ଅଭିଭାବକ ମାନଙ୍କୁ ସରକାରୀ ଯୋଜନା ବିଷୟରେ ବିଝାଇ ଥିଲେ I ଏବଂ ଅନ୍ତେବାସୀ ଛାତ୍ରୀ ମାନେ ସରକାରୀ ସୁବିଧା ପାଉଥିବା ସମସ୍ତ ଅଭିଭାବକ ମାନଙ୍କୁ ଜଣାଇକହିଲେ, ଶିକ୍ଷକ ମାନେ ନିଜ ସନ୍ତାନ, ସନ୍ତତି ମାନଙ୍କୁ ଶିକ୍ଷିତ କରାଇବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ଅଭିଭାବକ ମାନଙ୍କୁ I ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଗଲା ଏବଂ କାର୍ଯ୍ୟ କ୍ରମଟି ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ଦ୍ୱାରା ଧନ୍ୟ ବାଦ ଅର୍ପଣ ରେ ସମାପନ କରାଗଲା I