April 30, 2026

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ୍ ଅନୁଷ୍ଠିତ।

IMG-20230923-WA0005
Share

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ୍ ଅନୁଷ୍ଠିତ।
କୋରାପୁଟ,୨୨।୯(ଉପାନ୍ତ ଓଡ଼ିଶା) କୋରାପୁଟ ଜ଼ିଲ୍ଲା କ୍ରୀଡା ଛାତ୍ରାବାସ ଠାରେ ଆଜି ଶୁକ୍ରବାର ପୂର୍ବାହ୍ନ ୧୧:୦୦ ଘଣ୍ଟା ସମୟରେ ଏକ ଅଗ୍ନିନିର୍ବପକ ମକଡ୍ରିଲ୍ କାର୍ଯ୍ୟକ୍ରମ କୋରାପୁଟ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜୀତ ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଛାତ୍ରମାନଙ୍କୁ ଉଦ୍ଧାର ଏବଂ ସ୍ତାନାନ୍ତରଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ଏଭଳି ମକଡ୍ରିଲ୍ ବିପର୍ଯ୍ୟୟର ମୁକାବିଲା ଲାଗି ଆମକୁ ଆଗୁଆ ପ୍ରସ୍ତୁତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡା ଛାତ୍ରାବାସ ଠାରେ ଅନୁଷ୍ଠିତ ମକଡ୍ରିଲ୍ ରେ ଅଗ୍ନିଶ୍ରମ ବାହିନୀ, ଓଡ୍ରାଫ୍ ବାହିନୀ, ସିଭିଲ୍ ଡିଫେନ୍ସ୍ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ କ୍ରୀଡା ଛାତ୍ରାବାସର କର୍ମକର୍ତ୍ତା ବୃନ୍ଦ , ଛାତ୍ ଓ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଓଡ୍ରାଫ୍ ହାବିଲଦାର ଶ୍ରୀ ରାଜେଶ ପଟ୍ଟନାୟକ ଓ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ନୂତନ ଶଗରିଆ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ପରିଶେଷରେ ଜ଼ିଲ୍ଲା ଡିଆର୍ ଆର୍ ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

You may have missed