April 30, 2026

ମହୁରୀ ତାଲୁକା ଗ୍ରାମାଞ୍ଚଳ ବଢେଇ କୂଳ କର୍ମକର୍ତ୍ତା ଚୟନ 

IMG-20230922-WA0024
Share

ମହୁରୀ ତାଲୁକା ଗ୍ରାମାଞ୍ଚଳ ବଢେଇ କୂଳ କର୍ମକର୍ତ୍ତା ଚୟନ 

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ମାଁ ବୁଢ଼ୀଘରା ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ ୩୪ ତାଲୁକା ତରଫରୁ ମହୁରୀ ତାଲୁକା ଗ୍ରାମାଞ୍ଚଳ ବଢେଇ କୂଳ ସମିତି ତରଫରୁ ଏକ କମିଟି କର୍ମକର୍ତ୍ତା, ସହ ଭଳଭାଇ, ମୁଠାସଭ୍ଯ, ଗ୍ରାମ ସଭ୍ୟ ମାନଙ୍କୁ ନେଇ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଳଭାଇ ଉଦୟନାଥ ମହାରଣା, ସଭାପତି ଅଭିରାମ ମହାରଣା,ଉପ ସଭାପତି ରବିନ୍ଦ୍ର ମହାରଣା, ସଂପାଦକ ସୁରେଶ ଚନ୍ଦ୍ର ମହାରଣା, ସଙ୍ଗଠନ ସଂପାଦକ ବିଜୟ ମହାରଣାଙ୍କ ସମେତ ୯ଟି ମୁଠାର ମୁଠାସଭ୍ଯ ଙ୍କୁ କାର୍ଯ୍ୟ କରିବା ପାଇଁ ବ୍ୟାଗ, ନିବନ୍ଧ ଫର୍ମା, ବର ଓ କନ୍ୟା ପକ୍ଷ ପାଇଁ ଫର୍ମ ନଂ ୧ ଓ ୨ରେ ଅନୁମତି ପତ୍ର ଫର୍ମା ଦିଆଗଲା କୁଳର ସାଙ୍ଗଠନିକ କାର୍ଯ୍ୟକୁ କରିବା ପାଇଁ ବଢେଇ କୂଳର ଉନ୍ନତି ନିମନ୍ତେ ଚେଷ୍ଟା କରିବା ପାଇଁ ସେମାନଙ୍କୁ ଉପଦେଶ ଦିଆଗଲା ଶେଷରେ ଉପ ସଭାପତି ରବିନ୍ଦ୍ର ମହାରଣା ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ