ଗଜପତି:- ଜିଲ୍ଲାସ୍ତରୀୟ ପୋଷଣ ମା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ର ସରକାର’ଙ୍କ ” ସହି ପୋଷନ ଦେଶ ରୋଷନ” ର କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷଣ ମାଆ ଅଭିଯାନ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ , ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେବୀଙ୍କ ଅଧ୍ୟକ୍ଷତା’ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ବିରେନ୍ଦ୍ର କୁମାର ଦାସ ଏବଂ ଏଡିମ୍ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଅତିଥି ଭାବେ ଯୋଗ ଦେଇ ଗର୍ଭବତୀ ମହିଳା , ପ୍ରସୂତି ଓ ନବଜାତ ଶିଶୁର ପୁଷ୍ଟିହୀନତା ରୋକିବା ସହ ସୁସ୍ଥ ଶିଶୁଟି କିଭଳି ଜନ୍ମ ଲାଭ କରିବ , ଏଥିପାଇଁ ସେମାନଙ୍କୁ କିଭଳି କେଉଁ ସମୟରେ କଣ ଖାଇବେ , କଣ ନ ଖାଇବେ ସେ ଦିଗରେ ସମ୍ପୂର୍ଣ ସଚେତନ କରାଇବା ବିଭାଗୀୟ ଅଧିକାରୀ ଓ ଅଙ୍ଗନବାଡି କର୍ମୀ ମାନେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଆଇସିଡ଼ିଏସ: ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ: ସୁନିତା ଏବଂ ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ ପ୍ରମୁଖ ମଞ୍ଚାଷୀନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଚଳିତ ବର୍ଷର ଥିମ୍ ଶୁସୋଷିତ ଭାରତ ସାକ୍ଷର ଭାରତ ଓ ସଶକ୍ତ ଭାରତ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସର’ରେ ବିଭିନ୍ନ ଆଞ୍ଚଳିକ ଶସ୍ୟ ଯଥା:- ମାଣ୍ଡିଆ ଓ କାଙ୍ଗୁ ପ୍ରସ୍ତୁତି ପୁଷ୍ଟିଯୁକ୍ତ ଖାଦ୍ୟ ମାଆ ମାନଙ୍କ ପାଇଁ କେତେ ଉପଯୋଗୀ ସେ ଉପରେ ପୁଷ୍ଟିଜୁକ୍ତ ଖାଦ୍ୟ ପ୍ରଦର୍ଶିତ ହେବା ସହ ପଞ୍ଚପ୍ରାଣ ଶପଥ ପାଠ , ଟୋୟାଥନ , ମାଆ ଓ ଶିଶୁ ର ଓଜନ ଏବଂ ଉଚ୍ଚତା ମାପ , ବସୁଧା ବନ୍ଧନ ରେ ବୃକ୍ଷ ରୋପଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମର ଜିଲ୍ଲା ପ୍ରକଳ୍ପ ସଂଜୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ , ବି: କୋମଲାଙ୍ଗି ଶ୍ରୀମତୀ ସାରଳା ପାତ୍ର ଏବଂ ଶ୍ରୀମତୀ ସବିତା ପଟନାୟକ ପ୍ରମୁଖ ପୋଷଣ ଅଭିଯାନ ର ଆଭିମୁଖ୍ୟ ଏବଂ ମାଆ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟର ଗୁରୁତ୍ଵ ଓ ଉପାଦେୟତା ଉପରେ ନିଜର ଅଭିଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଆଇସିଡିଏସ: ସିଡ଼ିପିଓ: , ମହିଳା ସୁପରଭାଇଜର , ଅଙ୍ଗନବାଡି କର୍ମୀ ଏବଂ ପୋଷଣ ଅଭିଯାନ କାର୍ଯ୍ୟକ୍ରମ’ର ବ୍ଲକ୍ ସଂଯୋଜୀକା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-