September 29, 2024
Share

*╭─────────────────────╮*
*🌄 ଆଜିର ଖବର, ୨୨-ସେପ୍ଟେମ୍ବର-୨୦୨୩, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ l ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ଓଡ଼ିଶା ବିଧାନସଭା l

➡️୨-ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ହେଲା ସକାଳ l ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି l ଦକ୍ଷିଣ ମେରୁରେ ଏବେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ଥିବାବେଳେ ଏବଂ ପବନ ଆଦୌ ନାହିଁ।

➡️୩-ଏଣିକି NEET-PG ପ୍ରବେଶିକା ପରୀକ୍ଷାରେ ଶୂନ ମାର୍କ ରଖିଥିଲେ ମଧ୍ୟ ପ୍ରାର୍ଥୀ ଆଡମିଶନ କରିପାରିବେ l କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଟ୍ ଅଫକୁ ହ୍ରାସ କରି କରାଗଲା ଶୂନ ।

➡️୪-ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା l ଏନସେପ, ଜିଏଫଏସର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ ।

➡️୫-ଆସନ୍ତାକାଲି ବାରାଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ବରିବେ ଶିଳାନ୍ୟାସ l

➡️୬-ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ l

➡️୭-ପ୍ରଥମ ଥର ପାଇଁ ମହାକାଶକୁ ଯିବେ ପାକିସ୍ତାନୀ, ୫ କୋଟି ଟଙ୍କାର ଟିକେଟ୍‌ କିଣିଲେ ମହିଳା l ଆସନ୍ତା ଅକ୍ଟୋବର ୫ରେ ବିଶିଷ୍ଟ ଶିଳ୍ପପତି ରିଚାର୍ଡ ବ୍ରାନସନ୍‌ଙ୍କ ଭର୍ଜିନ ଗାଲାକ୍ଟିକ୍‌ ପାକିସ୍ତାନ ମହିଳାଙ୍କୁ ନେଇ ମହାକାଶକୁ ଉଡ଼ାଣ ଭରିବ।

➡️୮-ଉଦଘାଟିତ ହେଲା ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ସ୍ଥାପନା କରାଯାଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଉଛି ।

➡️୯-ଏଣିକି ଚିନିର ମୂଲ୍ୟ ବୃଦ୍ଧି ଉପରେ ଲାଗିବ ରୋକ୍, ସବୁ ସୋମବାର ଷ୍ଟକ୍‌ ଘୋଷଣା କରିବେ ଟ୍ରେଡର୍ସ ଓ ରିଟେଲର୍ସ l ଚିନି ଷ୍ଟକ୍ ଘୋଷଣା କରାଗଲେ ସରକାରଙ୍କୁ ଚିନି ଷ୍ଟକ୍‌ର ରିୟଲ ଟାଇମ ଡାଟା ମିଳିପାରିବ l

➡️୧୦-ପାକିସ୍ତାନରେ ସାଧାରଣ ନିର୍ବାଚନ ନେଇ ତାରିଖ ହେଲା ଘୋଷଣା, ୨୦୨୪ ଜାନୁଆରୀରେ ହେବ ଭୋଟ୍‌ ଗ୍ରହଣ l

➡️୧୧-ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି କୁଲିଙ୍କ ସହ କଲେ ଆଲୋଚନା l

➡️୧୨-ଲୋକସଭାରେ ସମ୍ବିଧାନ ବିଲ୍, ୨୦୨୩ ର ସମର୍ଥନ ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୩-ଏଣିକି ପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କକୁ ନେଇ ହୋଇପାରିବନି ବଳାତ୍କାର ଅଭିଯୋଗ l ଏ ନେଇ ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏକ ରାୟ l

➡️୧୪-ମଣିପୁରରେ ୩ ପୋଲିସ ପ୍ରତିଷ୍ଠାନ ଉପରେ ହେଲା ଆକ୍ରମଣ ଉଦ୍ୟମ, ପୁଣି କଡ଼ାକଡି ହେଲା କର୍ଫ୍ୟୁ l

➡️୧୫-ଆଜି ଦେବେଗୌଡ଼ା ଓ କୁମାରସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ସେଠାରେ ହୁଏତ ଏନ୍‌ଡିଏରେ ଜେଡିଏସ୍‌ ସାମିଲ ହେବା ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ।

➡️୧୬-ଭାରତ-କାନାଡ଼ା ସମ୍ପର୍କ ବିଗିଡ଼ି ଯାଇଥିବା ବେଳେ ଆତଙ୍କବାଦୀ ଓ ଗୁରୁତର ଅପରାଧିଙ୍କୁ ଟିଭି ନ୍ୟୁଜ୍ ଚ୍ୟାନେଲ୍‌କୁ ନ ଡାକିବାକୁ କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ l

➡️୧୭-ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ l

➡️୧୮-ସୁଇଜରଲ୍ୟାଣ୍ଡରେ ବ୍ୟାନ୍‌ ହେଲା ବୁର୍ଖା। ଏଣିକି ସର୍ବସାଧାରଣ ଜାଗାରେ ବୁର୍ଖା ପିନ୍ଧି ପାରିବେନି ମହିଳା କିମ୍ବା ଯୁବତୀ। ଏପରି କଲେ ପଡ଼ିବ ଫାଇନ୍।

➡️୧୯-ଆଜି ଅପରାହ୍ନ ୧.୩୦ରେ ମୋହାଲିଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ।

➡️୨୦-ଏସୀୟ କ୍ରୀଡ଼ାରେ ଭାରତୀୟ ଫୁଟବଲ ଦଳ ବାଂଲାଦେଶକୁ କଲା ପରାସ୍ତ । ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ୍ ଦଳ ଏସୀୟ କ୍ରୀଡ଼ାରେ ପ୍ରଥମ ବିଜୟ କଲା ହାସଲ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଶ୍ରୀ ରାଧାଷ୍ଟମୀ ll*
*🔅ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ll*
*🔅ଆଜି ଶ୍ରୀ ଦୁର୍ଗା ଶୟନୋତ୍ସବ ll*
*🔅ଆଜି ଶ୍ରମ ସମ୍ମାନ ଦିବସ ll*
*🔅ଆଜି ବିଶ୍ୱ ଗଣ୍ଡା ଦିବସ ll*
*🔅ଆଜି ପ୍ରିୟ ଡାଏରୀ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଶାନ୍ତି ଦିବସ ll*
*🔅ଆଜି ହାତୀ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ସାହସୀ ଦିବସ ll*
*🔅ଆଜି ଜାତୀୟ ଶତାବ୍ଦୀ ଦିବସ ll*
*🔅ଆଜି ସୁଦୂର କର୍ମଚାରୀଙ୍କ ପ୍ରଶଂସା ଦିବସ ll*