November 22, 2024

ଟାଉନ ହଲ ଠାରୁ ମୋତିଲାଲ ନଗର ରାସ୍ତା ପାଲଟିଛି ମରଣ ଯନ୍ତା

Share

ଟାଉନ ହଲ ଠାରୁ ମୋତିଲାଲ ନଗର ରାସ୍ତା ପାଲଟିଛି ମରଣ ଯନ୍ତା

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ଟାଉନ ହଲ ଠାରୁ ମୋତିଲାଲ ନଗର ବାଇପାସ ମୁଖ୍ୟ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । ରାସ୍ତାସାରା ଖାଲ ଖମା ଓ ବଡ଼ ବଡ଼ ଗାତ ରେ ଭର୍ତ୍ତି ହୋଇ ଯାଇଛି । ଫଳରେ ଯାତାୟାତ ରେ ନାହିଁ ନଥିବା ସମସ୍ୟା ଉପୁଜିଛି । ବିଶେଷକରି ମଟର ସାଇକେଲ, ଅଟୋ ଭଳି ଛୋଟ ଯାନବାହନ ଚଳାଚଳ କରିବା କାଠିକର ପାଠ ହୋଇଛି । ବର୍ତ୍ତମାନ ବର୍ଷା ଯୋଗୁଁ ଏହି ସମସ୍ୟା ଆହୁରି ବଢିଯାଇଛି । ଖାଲ ଗୁଡିକରେ ପାଣି ଜମି ରହିଥିବାରୁ ଚାଳକ ହଠାତ ନ ଜାଣିପାରି ଦୁର୍ଘଟଣା ର ଶିକାର ହେଉଥିବା ଅଭିଯୋଗ ହେଉଛି । ପୁରୁଣା ଗୁଣୁପୁର ଛକ ରାସ୍ତା ଆହୁରି କଦର୍ଯ୍ୟ ହୋଇପଡ଼ିଛି । ପ୍ରତିଦିନ ଶହ ଶହ ଯାନବାହନ ଏହି ମୁଖ୍ୟରାସ୍ତରେ ଚଳାଚଳ କରୁଥିବା ବେଳେ ପୂର୍ତ୍ତ ବିଭାଗ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଚୁପ ବସିରହିବା ଦୁର୍ଭାଗ୍ୟଜନକ । ସେହିଭଳି ମହିଳା ମହାବିଦ୍ୟାଳୟ, ଟାଉନ ହଲ, ଆର ଏମ୍ ସି ଓ ଜଗନ୍ନାଥ ମନ୍ଦିର, ଆୟପା ମନ୍ଦିର ପ୍ରଭୃତି ଏହି ରାସ୍ତା ପାର୍ଶ୍ଵରେ ରହିଛି । ସେହିଭଳି ରାୟଗଡା ଓ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ହେତୁ ଶହ ଶହ ଯାନବାହନ ଚଳାଚଳ କରୁଛି । ପ୍ରତିଦିନ ଏହିରାସ୍ତା ରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ତୁରନ୍ତ ଏହିରାସ୍ତା ଉନ୍ନତି କରଣ ପାଇଁ ଦାବୀ ହେଉଛି । ତେବେ ଏହିରାସ୍ତା ୪ ଥାକିଆ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଏହା ବୋଧେ ଅଞ୍ଚଳବାସୀ ଙ୍କ ପାଇଁ ସ୍ୱପ୍ନ ହୋଇ ରହିଯିବ । ଏନେଇ ପୁର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଇବାରୁ ବର୍ତ୍ତମାନ ବର୍ଷା ଯୋଗୁଁ କାର୍ଯ୍ୟ ହୋଇନାହିଁ । ଟେଣ୍ଡର କାର୍ଯ୍ୟ ସରିଛି । ଚୁକ୍ତିନାମା ପ୍ରକ୍ରିୟା ଓ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।