ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ବୈଠକ ।

IMG-20230913-WA0049
Share

ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ବୈଠକ ।
ଅସ୍ତରଙ୍ଗ,ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସାଧାରଣ ପରିଷଦ ର ଏକ ବୈଠକ ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଙ୍କ ସଭାପତି ତ୍ୟୋରେ କାକଟପୁର ସ୍ଥିତ ରାମକୃଷ୍ଣ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ସମିତିର ସଂଯୋଜକ ଶ୍ରୀ କଳନ୍ଦି ଚରଣ ଛାଟୋଇ ଙ୍କ ସ୍ଵାଗତ ଭାଷଣ ପରେ,ସମିତିର କର୍ମକର୍ତ୍ତା ଓ ସଭ୍ୟମାନେ ବିଗତ ବର୍ଷ ମାନଙ୍କରେ ସମିତି ତରଫରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଐତୀହାସିକ ସଂଗ୍ରାମୀ ସ୍ମୃତି ପୀଠ,ଅସ୍ତରଙ୍ଗ ର କୁହୁଡ଼ିକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା ନ କରିବା,ଓ ପୀଠର ବିକାଶ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଇ ନ ଥିବାରୁ ବୈଠକ ରେ କ୍ଷୋଭ ପ୍ରକାଶ ପାଇଥିଲା । କାକଟପୁର କୁ ଗତ ମାସ ୧୯ ତାରିଖରେ ଆସିଥିବା ୫ଟି ସଚିବ ଙ୍କୁ ,ପୀଠ ସମ୍ପର୍କରେ ଦିଆ ଯାଇଥିବା ୧୫ଦଫା ଦାବି ପତ୍ର,କୁ ସରକାର ବିଚାର କରି ଆସୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୃଢ଼ ଦାବି କରା ଯାଇଥିଲା । ଆସନ୍ତା ଅକ୍ଟୋବର ୮ତାରିଖ ଦିନ ସମିତିର ସାଧାରଣ ଅଧିବେଶନ ଅସ୍ତରଙ୍ଗ ଠାରେ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଆଗାମୀ ଦିନରେ ସ୍ମୃତି ସମିତି ଜରିଆରେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକ ରେ ନିଷ୍ପତି ହୋଇଅଛି । ସାଧାରଣ ସମ୍ପାଦକ,ନିରଦ ବରନ ମହାନ୍ତି,ସମ୍ପାଦକ ସ୍ୱୋପନେଶ୍ୱର ସାହୁ,ଉପଦେଷ୍ଟା ପ୍ରମୋଦ କୁମାର ନାୟକ,ନିରଞ୍ଜନ କର,ଭୋଳାନାଥ ସ୍ବାଇଁ,କ୍ଷୀରୋଦ ଚରଣ ମହାନ୍ତି,ହୃଷୀକେଶ ରାଉତ,ତରୁଣ ନାୟକ,ବ୍ରଜବନ୍ଧୁ ସ୍ବାଇଁ,ଦୁଃଶାସନ ନାୟକ,ସତ୍ୟବ୍ରତ ଲେଙ୍କା,ପବିତ୍ର ସ୍ବାଇଁ,ସମରେନ୍ଦ୍ର ଦିକ୍ଷୀତି,ପ୍ରଭାତ କୁମାର ଦିକ୍ଷୀତି,ପ୍ରଭୁତି ସଭ୍ୟ ମାନେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଥିଲେ ।

You may have missed