November 25, 2024

ବିପଦ ସଙ୍କେତ ନିକଟରେ ବଂଶଧାରା ନଦୀ ଜଳସ୍ତର

Share

ବିପଦ ସଙ୍କେତ ନିକଟରେ ବଂଶଧାରା ନଦୀ ଜଳସ୍ତର

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଲଘୁଚାପଜନିତ ତୁହାକୁ ତୁହା ବର୍ଷା ଲାଗିରହିଥିଲା ବେଳେ ବଂଶଧାରା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ବଢୁଛି ବଂଶଧାରା ନଦୀର ଜଳସ୍ତର । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଦିନ ୧୦ ଟା ସୁଦ୍ଧା ୮୩.୭୫ ମିଟର ଦେଇ ନଦୀ ଜଳ ପ୍ରବାହିତ ହେଉଥିବା କେନ୍ଦ୍ରୀୟ ଜଳ ଆୟୋଗ ଗୁଣୁପୁର ପକ୍ଷରୁ ସୂଚନା ମିଳିଛି । ତେବେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବା ଯୋଗୁଁ ଆଜି ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ଗୁଣୁପୁର ଠାରେ ବିପଦ ସଙ୍କେତ ଅତିକ୍ରମ କରିବା ସମ୍ଭାବନା ରହିଛି । ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଙ୍କେତ ୮୩ ମିଟର ରହିଛି । ଚଳିତ ବର୍ଷ ବଂଶଧାରା ରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ରୁ ତଳ ମୁଣ୍ଡରେ ପାଣି ପଶିବା, ବଂଶଧାରା ଅବବାହିକା ରେ ଥିବା ଚାଷ ଜମି ରେ ପାଣି ମାଡିଯାଇ ଫସଲ ହାନି ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଆସନ୍ତା କାଲି ମଧ୍ୟାହ୍ନ ରୁ ବର୍ଷା ର ପରିମାଣ ଧୀରେ ଧୀରେ କମିବ ପୁଣି ୧୯ ତାରିଖରୁ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।