April 30, 2026

ମୋହନା ବ୍ଲକ ଅଡବା ଗ୍ରାମରେ ବାଉଁଶ କରଡ଼ ଖାଇ ଗୋଟିଏ ପରିବାରର ଝାଡା ବାନ୍ତିରେ ଜଣେ ଗୁରୁତର, ୩ ଆକ୍ରାନ୍ତ

IMG-20230913-WA0004
Share

ମୋହନା ବ୍ଲକ ଅଡବା ଗ୍ରାମରେ ବାଉଁଶ କରଡ଼ ଖାଇ ଗୋଟିଏ ପରିବାରର ଝାଡା ବାନ୍ତିରେ ଜଣେ ଗୁରୁତର, ୩ ଆକ୍ରାନ୍ତ

ପାରଳାଖେମୁଣ୍ଡି:୧୨/୯ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ସଦର ମହକୁମା ଅନ୍ତର୍ଗତ ଅଡବା ଗ୍ରାମର ଗୋଟିଏ ପରିବାରର ୪ ଜଣ ମହିଳା ଓ ପୁରୁଷ ବାଉଁଶ କରଡ଼ ଖାଇ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ଅଡ଼ବା ଖ୍ରୀଷ୍ଟିଆନ ସାହିର ବାଉଲିନା ନାୟକ (୫୫), ଝିମିସି ନାୟକ(୨୭), ଇସ୍ରାଜ ନାୟକ (୨୪) ଓ ସଲମନ ନାୟକ (୧୮) ଶନିବାର ରାତିରେ ଭାତ ସହିତ ବାଉଁଶ କରଡ଼ରେ ପ୍ରସ୍ତୁତ ତରକାରୀ ଖାଇଥିଲେ। ସକାଳୁ ସମସ୍ତଙ୍କର ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା। ସମସ୍ତେ ରବିବାର ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତର ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗୁରୁତର ଥିବା ଝିମିସି ନାୟକଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି।