ଖବର ଆଜିର
*ଖବର ଆଜିର*
ତାରିଖ ୦୮/୦୯/୨୦୨୩ ଶୁକ୍ରବାର ।
ଆନ୍ଧ୍ରପ୍ରଦେଶରେ ବିଲାତି କିଲୋ ୪ଟଙ୍କା ; ରାସ୍ତାରେ ଫିଙ୍ଗୁଛନ୍ତି ଚାଷୀ ।
ଏପଟେ ଶୁଭ ବିବାହ, ସେପଟେ ଶ୍ରଦ୍ଧାଞ୍ଜଳି । ଝିଅ ପ୍ରେମ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅ ପାଇଁ ଶୁଦ୍ଧି ହୋଇଗଲେ ପରିବାର ଲୋକ ।ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ।
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ, ସେପ୍ଟେମ୍ବର ୨୦ରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ।
ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୪୨ ମିନିଟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।
ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଦିନ ୧୦ଟାରୁ ୧୨.୩୦ ପ୍ରଥମ ଏବଂ ୧.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ ।
ଷ୍ଟାଲିନ୍ଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସଭାରେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କଲେ ଏ.ରାଜା ।
ପୋଷ୍ଟରରେ ୫-ଟି ସଚିବଙ୍କ ଫଟୋ ଦେଖି ଓଡ଼ିଆ ଭାବେ ମୁଁ ଲଜ୍ଜିତ: ଜୟନାରାୟଣ ମିଶ୍ର।
ଭୁବନେଶ୍ବର ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ ହୋଇଛି । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କଷ୍ଟମ୍ ବିଭାଗ ।
G-20 ସମ୍ମିଳନୀ ପାଇଁ ପ୍ରସ୍ତୁତ କରାଗଲା ଇଣ୍ଟରନ୍ୟାସନାଲ ମିଡିଆ ହଲ, ୧୫୦୦ରୁ ଅଧିକ ସାମ୍ଵାଦିକ ହେବେ ସାମିଲ୍ ।
ଖାଉଟିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି ।
ବଣ୍ଡାଘାଟିର ୩ ପ୍ରବାସୀ ଓଡ଼ିଆ ହାଇଦ୍ରାବାଦ୍ରେ ମୃତ, ୨ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।
ପାକିସ୍ତାନର ଚିତ୍ରାଲ ଜିଲ୍ଲାକୁ ଏବେ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦଖଲ କରିନେଇଛି। ଏହି ଜିଲ୍ଲାଟି ଖୈବର ପଖତୁନଖଓ୍ବା ପ୍ରଦେଶରେ ଅବସ୍ଥିତ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଗୁରୁବାର ପଶ୍ଚିମବଙ୍ଗ ବିଧାୟକ ମାନଙ୍କର ଦରମା ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ।
ବଡପରଦାକୁ ଆସିଲା ଶାହାରୁଖଙ୍କ ଯବାନ । ଦେଶରେ ୫ ହଜାର ହଲରେ ଚାଲିଲା ହାଉସଫୁଲ ସୋ
ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ ଯୋଜନା ।
ମହାକାଶରେ ସେଲଫି ନେଲା ଆଦିତ୍ୟ-ଏଲ୧ । ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ସୂର୍ଯ୍ୟ ଯାନ ।
ଦିନକ ପରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ । ସାମିଲ ହେବାକୁ ଆସୁଛନ୍ତି ବିଶ୍ୱର ବଡ-ବଡ ନେତା, ସୁରକ୍ଷା ବ୍ୟବସ୍ଥା କଡାକଡି
ବିଶ୍ଵକପ୍ ପାଇଁ ନେଦରଲାଣ୍ଡ୍ସ ଦଳ ଘୋଷଣା, ୩ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କୁ ମିଳିଲା ସ୍ଥାନ ।
ବାପା-ପୁଅଙ୍କ ଭିନ୍ନ କଥା: ମନ୍ମଥ କହିଲେ, କଂଗ୍ରେସରୁ ଲଢ଼ିବେ ନାହିଁ । ସୁର କହିଲେ, ମୁଁ ଯାହା କହିବି ପୁଅ ସେଇଆ କରିବ ।
G-20ରେ ବିଦେଶୀ ଅତିଥି ନେବେ UPI ନେଣଦେଣର ଅନୁଭବ, ୱାଲେଟ୍ରେ ପଇସା ଜମା କରିବେ ସରକାର ।
ଏବେ ଡେବିଟ କିମ୍ବା କ୍ରେଡିଟ କାର୍ଡ ବିନା ଉଠାଇପାରିବେ ଟଙ୍କା, ଭାରତରେ ଲଞ୍ଚ ହେଲା ୟୁପିଆଇ ଏଟିଏମ୍ ।।
ଦିଲ୍ଲୀ ପ୍ରସ୍ତୁତ: ଆଜି ପହଞ୍ଚିବେ ବାଇଡେନ, ସୁନକ, କିସିଡ଼ା, ଟ୍ରୁଡ଼ୋ।
ଭାରତ ଫେରିବାପରେ ମୋଦୀ ଜି-୨୦ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସୁଷମା ସ୍ବରାଜ ଭବନରେ ମୋଦୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି।
ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ନେତାଜୀ ବସ୍ ଟର୍ମିନାଲ।
ସୁପ୍ରଭାତ ,ଶୁଭ ସକାଳ ।