November 22, 2024

ଏନ୍ଏସି ପକ୍ଷରୁ ଡ୍ରୋନ୍ ସର୍ଭେ କାର୍ଯ୍ଯାରମ୍ଭ

Share

ଏନ୍ଏସି ପକ୍ଷରୁ ଡ୍ରୋନ୍ ସର୍ଭେ କାର୍ଯ୍ଯାରମ୍ଭ
ବୁଗୁଡ଼ା : ତା ୦୬/୦୯/୨୩ : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡରେ ଡ୍ରେନେଜ୍ ବ୍ଯବସ୍ଥାରେ ସୁଧାର ଆଣିବା ସହ ସ୍ବଚ୍ଛତା ରକ୍ଷା ଉଦ୍ଦେଶ୍ଯରେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ଆଜି ଡ୍ରୋନ୍ ସର୍ଭେ କାର୍ଯ୍ଯାରମ୍ଭ ହୋଇଯାଇଛି । ଏନ୍ଏସି ଅଧକ୍ଷ ଚିତ୍ରସେନ ପ୍ରଧାନ ବୁଗୁଡ଼ା ବଡ଼ଦାଣ୍ଡଠାରେ ଡ୍ରୋନ୍ ଚଳାଇ ଉକ୍ତ ସର୍ଭେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ, କନିଷ୍ଠ ଯନ୍ତ୍ରୀ ସ୍ବାଗତିକା ମହାନ୍ତି , ସାନିଟେସନ ଏକ୍ସପର୍ଟ ମୁନା ଗୌଡ , ମୁକ୍ତା କୋଅର୍ଡିନେଟର ସର୍ବେଶ୍ଵର ବାରିକ , ଇମ୍ପ୍ଲିମେଣ୍ଟ ଏକ୍ସପର୍ଟ ଦ୍ବିତୀକୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ଓ୍ବାର୍ଡର କାଉନସିଲରମାନେ ଉପସ୍ଥିତ ରହିଥିଲେ । ଉକ୍ତ ଡ୍ରୋନ୍ ସର୍ଭେକୁ ଆଧାର କରି ପ୍ରସ୍ତୁତ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ କ୍ରମେ ଡ୍ରେନେଜ୍ ବ୍ଯବସ୍ଥାକୁ ସଜାଡି ଉନ୍ନତିକରଣ କରାଯିବ ବୋଲି ଏନଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ।