April 30, 2026

ଶିଶୁ ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

IMG-20230906-WA0049
Share

ଶିଶୁ ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ବୁଗୁଡ଼ା : ତା ୦୬/୦୯/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ
ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶ୍ରୀ
କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ-ଉଲ୍ଲାସରେ ପାଳିତ
ହୋଇଯାଇଛି । ଏ ଅବସରରେ ଶିଶୁ ବାଟିକା ବିଭାଗର
ରାଧା ଓ କୃଷ୍ଣ ବେଶଧାରୀ ଶିଶୁମାନଙ୍କ ନଗର ଭ୍ରମଣ, ଦଧି ଭାଣ୍ଡ ଭଞ୍ଜନ ଓ ଦୋଳିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ତତ୍ତ୍ବାବଧାନ ଏବଂ ଗୁରୁମା ରସନା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଗୀତା ଭବନ ଆଚାର୍ଯ୍ୟ ସ୍ବାମୀ ଜଗଦୀଶାନନ୍ଦ ସରସ୍ବତୀ ଏବଂ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଓ ସଦସ୍ଯା ସନ୍ତୋଷିନୀ ପାତ୍ର ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ଏ ଅବସରରେ ବେଶଧାରୀ ସମସ୍ତ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା ସାହୁ ପରିଚାଳନା କରିଥିବା ବେଳେ ଏଥିରେ ଗୁରୁମା ପ୍ରତିମା ସାହୁ, ସୁଜାତା ମହାପାତ୍ର , ଅର୍ଚ୍ଚନା ପାତ୍ର, ପାପା ବିଷୋୟୀ ଓ ଟିକିନା ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସେହିପରି କରଚୁଲି ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।

You may have missed