November 24, 2024

ମାହାଙ୍ଗାରେ ଗୁରୁଦିବସରେ ଗୁରୁ ମାନଙ୍କୁ ସଂମ୍ମାନ —-

Share

ମାହାଙ୍ଗାରେ ଗୁରୁଦିବସରେ ଗୁରୁ ମାନଙ୍କୁ ସଂମ୍ମାନ —-
ପବିତ୍ର ଗୁରୁଦିବସ ଅବସରରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ସ୍ତରୀୟ ଉଭୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିର ଗୁରୁପୂଜା କମିଟି ପକ୍ଷରୁ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ ସମାରୋହ-2023 ମାହାଙ୍ଗା ବ୍ଲକ ଗୋତରା ଭବାନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗୁରୁଦିବସ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନୋଡାଲ ଉପ୍ରା ମଇ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପୂଜ୍ୟ ଗୁରୁଜୀ, ଗୁରୁମା ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦାନ କରି ଗୁରୁଦିବସ ଅବସରରେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମାରୋହ-2023 ରେ ଗୁରୁଜୀ ଗୁରୁମାଙ୍କୁ ସମ୍ମାନୀତି କରିବା ସହ ଗୁରୁଜୀ ଗୁରୁମା ହେଉଛନ୍ତି ବିଶ୍ୱକର୍ମା ସଦୃଶ ମୂଳ ଭିତିଭୁମିରୁ ଯଦି ଛାତ୍ର ଛାତ୍ରୀ ଙ୍କୁ ଗଢିତୋଳିବେ ତାହେଲେ ଏକ ସୁସ୍ଥ ସମାଜ ଗଢି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏହିଭଳି ଉଚ୍ଚକୋଟିର କାର୍ଯ୍ୟକ୍ରମ ହୋଇପାରିଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସମଗ୍ର ଓଡ଼ିଶାରେ ବେଶ ସୁନାମ ଅର୍ଜନ କରିପାରିଛି ବୋଲି ପ୍ରକାଶ କରିଥିଲେ l ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି,ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ରୋଜି ସେଠୀ,ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଣ୍ଡଳ ଶିକ୍ଷାଧିକାରୀ ଚକ୍ରଧର ବେହେରା, ଲକ୍ଷେହୀରା ଲାବଣ୍ୟବତୀ ବେହେରା ପ୍ରମୁଖ ଯୋଗଦାନ କରି ଗୁରୁଜୀ ଗୁରୁମାଙ୍କ ଉଦେଶ୍ୟରେ ବାର୍ତ୍ତା ରଖୀଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

(ମାହାଙ୍ଗା ରୁ ଅନିରୁଦ୍ଧ ପାଣିଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା )