April 30, 2026

ମୁଳୀସିଂ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ

IMG-20230905-WA0020
Share

ମୁଳୀସିଂ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ
=================== ତିର୍ତ୍ତୋଲ :- ଯେତେ ପାଖେଇ ଆସୁଛି ଆଗାମୀ ନିର୍ବାଚନ ସେତେ ଚଳଚଞ୍ଚଳ ହେବାରେ ଲାଗିଛି ରାଜନୈତିକ ମାହୋଲ ! ଖବର ଅନୁସାରେ ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ମୁଳିଶିଂ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ ଉତ୍ସବ ସମାଜସେବୀ ତଥା ଯୁବନେତା ଶ୍ରୀକାନ୍ତ ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ, କଚେରୀପଡିଆ ଠାରେ ,ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାପରିଷଦ ସଦସ୍ୟ ସୁନୀଲ କୁମାର ବେହେରା !ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଳିଷ୍ଟ ନେତୃତ୍ୱରେ ବିଜୁ ଜନତା ଦଳ ନିରବଛିନ୍ ଭାବରେ ସମଗ୍ର ରାଜ୍ୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଯେଉଁ ଗୌରବଅର୍ଜନ କରିଆସିଅଛି । ତାଙ୍କର ଜନକଲ୍ୟାଣ୍ ମୂଳକ କାର୍ଯକ୍ରମ ପାଇଁ ସେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଯଥେଷ୍ଟ ସୁଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି। ଆମ ରାଜ୍ୟରେ, ସମସ୍ତ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ମହିଳା ମାନଙ୍କ ଠାରୁ ଆରମ୍ଭ କରି କୃଷକ, ଶ୍ରମିକ , ଖଟିଖିଆ, ମଜୁରିଆ ଓ ସାଧାରଣ ଲୋକମାନେ, ଏଥି ପାଇଁ ତାଙ୍କୁ ଅକୁଣ୍ଠ ସମର୍ଥନ ଦେଇଆସୁଛନ୍ତି । ତେଣୁ କ୍ରାନ୍ତିକାରୀ ଜନନେତା ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ଵପ୍ନ କୁ ସାକାର କରିବା ପାଇଁ ଓ ନବୀନବାବୁ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆମେ ସମସ୍ତେ ଏକାଠି ମିଳିମିଶି କାମକରିବା ନିମନ୍ତେ ଆହ୍ବାନ ଦିଆଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ଦାସ , ଶିଶିର କୁମାର ସିଂହ , ନରେନ୍ ସିଂହ , ସୁବାଷ ଚନ୍ଦ୍ର ବାରିକ , ଭାସ୍କର ଚନ୍ଦ୍ର ସିଂହ , ଦୀପକ କୁମାର ଦାସ, ସରୋଜ କୁମାର ନାୟକ, କରିମ୍ ଉଦ୍ଦିନ , ପ୍ରତାପ ନାୟକ ରଞ୍ଜନ ଦସ ଓ ଅନିଲ କୁମାର ସିଂହ ପ୍ରମୁଖ ଏହି ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଆଗାମୀ 2024ସାଧାରଣ ନିର୍ବାଚନରେ ଆମେ ସମସ୍ତେ ସଙ୍ଗଠିତ ହୋଇ ବିଜୁଜନତଦଳର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂପର୍କରେ ଭୋଟର ମାନଙ୍କୁ ଅବଗତ କରାଇବା ଓ ସଚେତନ କରାଇବା ନିମନ୍ତେ ଉପସ୍ଥିତ ଶତାଧିକ କର୍ମୀ ଓ ପ୍ରେମୀମାନେ ଦୃଢ଼ସଂକଳ୍ପ ନେଇଥିବାର ଦେଖିବାକୁ ମିଳିଥିଲା
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !