November 22, 2024
Share

*ଖବର ଆଜିର*
ତାରିଖ ୦୨/୦୯/୨୦୨୩ ଶନି ବାର ।

ଆଜି ଭାରତ-ପାକିସ୍ତାନ ମୁକାବିଲା ।

ଅଗଷ୍ଟରେ ୧୧ ପ୍ରତିଶତ ବଢ଼ିଲା GST ସଂଗ୍ରହ, ରାଜସ୍ୱ ସଚିବଙ୍କ ସୂଚନା ।

ବିରୋଧି ମିଳିତ ମଞ୍ଚ ‘ଇଣ୍ଡିଆ’ର ବଡ଼ ନିଷ୍ପତ୍ତି: ୧୪ ଜଣିଆ ସମନ୍ୱୟ କମିଟି ଗଠନ କଲା ଦଳ, ଶରଦ ପାୱାର ଅଭିଷେକ ବାନାର୍ଜୀଙ୍କ କମିଟିରେ ସାମିଲ୍ ।

ଆଇଏନଡିଆଇଏ’ ମେଣ୍ଟ ବୈଠକ ପରେ ରାହୁଲ ଗାନ୍ଧି କହିଲେ, ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ ।

ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଛି ଭାରତ ।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବାବଦରେ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି କ୍ରମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ‌ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି।

ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ୧୫ ମହଲାର ଆପାର୍ଟମେଣ୍ଟ, ଖର୍ଚ୍ଚ ହେବ ୮ ହଜାର କୋଟି।

ଚନ୍ଦ୍ରରେ ଯେଉଁଠି ଖସି ଥିଲା ଋଷିଆର Luna-25 ସେହି ସ୍ଥାନକୁ ଖୋଜି କାଢିଲା NASA, ହୋଇଛି ବିଶାଳ ଗର୍ତ୍ତ

ବିବାହ ବୈଧ ନ ଥିଲେ ବି ଏହି ସଂପର୍କରୁ ଜନ୍ମିତ ସନ୍ତାନ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ: ସୁପ୍ରିମକୋର୍ଟ ।

ଲୋକପ୍ରିୟ ଅଭିନେତା ଆର୍‌ ମାଧବନ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ।

ଦୁବାଇର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଚଳଚିତ୍ର ଯୱାନର ଟ୍ରେଲର । ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗୁଛି ଚଳଚିତ୍ର ଯୱାନ ।

ଏଚ୍‌ଡି ଦେବେଗୌଡାଙ୍କ ନାତିଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କଲେ କର୍ଣ୍ଣାଟକ ହାଇକୋର୍ଟ ।

ଚାଲିଛି ଆଦିତ୍ୟ L-1ର କାଉଣ୍ଟ ଡାଉନ, ଲଞ୍ଚିଂ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ ।

ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ସହ ସାର କାରବାରରେ ହୋଇଥିବା ବ୍ୟାପକ କଳାବଜାରର ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେପି କୃଷକମୋର୍ଚ୍ଚା ।

ଆମଦାନି ଉପରୁ କୃଷି ସେସ୍‌ ହଟିଲା: କମର୍ସିଆଲ ଏଲ୍‌ପିଜି ୧୫୮ ଟଙ୍କା ଶସ୍ତା ।

ଅଗଷ୍ଟ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖକୁ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ୟୁଜିସିର ନିର୍ଦ୍ଦେଶ, ସାର୍ଟିଫିକେଟ୍‌ରେ ଦିଅନାହିଁ ଆଧାର ନମ୍ବର ।

ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍ (ମାନ୍ୟତା) ପାଇଲା ନୟାଗଡ଼ ଜିଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣ।

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ।

ସୁପ୍ରଭାତ ,ଶୁଭ ସକାଳ ।