ଖବର ଆଜିର
ତାରିଖ ୩୦/୦୧/୨୦୨୩ ସୋମବାର ।
ଛାତିରେ ବାଜିଲା ଗୁଳି, ଚିରନିଦ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ: ସାରା ଓଡିଶା ସ୍ତବ୍ଧ, ସବୁଠି ଶୋକର ଛାୟା ।
ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ପରିବାର ପ୍ରତି ଜଣାଇଲେ ସମବେଦନା। ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ୯ଜଣିଆ ଟିମ କରିବ ତଦନ୍ତ।
ବିଧାନସଭା ପରିସରରେ ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତିନି ଦିନ ଶୋକ ପାଳନ, ଆଜି ଝାରସୁଗୁଡ଼ାରେ ହେବ ଶେଷକୃତ୍ୟ।
ନବ ଦାସଙ୍କ ପରଲୋକ; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।
ଇତିହାସ ରଚିଲା ଭାରତୀୟ ମହିଳା ଦଳ: ଇଂଲଣ୍ଡକୁ ହରାଇ ଜିତିଲା ପ୍ରଥମ ଅଣ୍ଡର-୧୯ ଟି-୨୦ ବିଶ୍ୱକପ।
ଗୁଳି ଚଳାଇଥିବା ମୁଲାୟମଙ୍କୁ ପଦ୍ମ ବିଭୂଷଣ ଦେଲ, ଵାଲାସାହେବଙ୍କୁ କାହିଁକି ଦେଲ ନାହିଁ: ସଞ୍ଜୟ ରାଉତ ।
କଶ୍ମୀରରେ ଯଦି ସବୁ ଠିକ ତା’ହେଲେ କାହିଁକି ଶାହା ଲାଲ ଚୌକ୍ ପର୍ଯ୍ୟନ୍ତ ଚାଲୁନାହାଁନ୍ତି: ରାହୁଲ ଗାନ୍ଧୀ ।
ବଦଳିଲା ହୋଶଙ୍ଗାବାଦ ରେଳଷ୍ଟେସନର ନାମ, ନୂଆ ନାମ ହେଲା ‘ନର୍ମଦାପୁରମ’ ।
ପୁରୁଷ ହକି ବିଶ୍ବକପ୍: ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କାଂସ୍ୟ ପଦକ ଜିତିଲା ନେଦରଲାଣ୍ଡ୍ସ।
ଏଏସଆଇ ଗୋପାଳ ଦାସଙ୍କ ସ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା: ମୋ ସ୍ବାମୀ ମାନସିକ ରୋଗରେ ଆକ୍ରାନ୍ତ ଥିଲେ, ଔଷଧ ଖାଉଥିଲେ ।
ଯୋଶୀମଠ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା ହେଉ।
ସରିଲା ଡଟ୍ଫେଷ୍ଟ: ଫୁଡ୍ ଫେଷ୍ଟିଭାଲ୍ରେ ୨ କୋଟି ବେପାର ।
ବଢ଼ିବ ସର୍କିଟ୍ ହାଉସ୍ର କଳେବର, ୩୦ କୋଟିରେ ଆଉ ଦୁଇଟି ୪ ମହଲା ବିଲ୍ଡିଂ ।
‘ଆପଣ ମୋତେ ହିନ୍ଦୁ କୁହନ୍ତୁ’, ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତାଙ୍କ କଥା ସ୍ମରଣ କରାଇଲେ କେରଳ ରାଜ୍ୟପାଳ ।
ଦିନକୁ ୩୪୦୦ ପ୍ରଯୁକ୍ତି କର୍ମଚାରୀ ଛଟେଇ: ଜାନୁଆରିରେ ୨୧୯ କମ୍ପାନି ୬୮ ହଜାର କର୍ମଚାରୀଙ୍କୁ ବିଦା କଲେଣି।
ବିବିସି ବିବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦେଶକୁ ଭାଙ୍ଗିବାର ବାହାନା ସଫଳ ହେବନି ।
‘ବିବିସି ଭାରତ ଛାଡ଼’: ଦିଲ୍ଲୀ କାର୍ଯ୍ୟାଳୟ ବାହାରେ ଲାଗିଲା ବୋର୍ଡ ।
ଦିଲ୍ଲୀ-ଏନ୍ସିଆର୍ରେ ଖଲିସ୍ତାନୀ ସ୍ଲିପର୍ ସେଲ ସକ୍ରିୟ: ବଡ଼ ଆକ୍ରମଣ ନେଇ ଗୁଇନ୍ଦା ଚେତାବନୀ ।
ପାକିସ୍ତାନରେ ପେଟ୍ରୋଲ ଦାମ୍ ୨୫୦ ଟଙ୍କା ଛୁଇଁଲା ।
ବର୍ଷର ପ୍ରଥମ ‘ମନ୍ କୀ ବାତ୍’: ‘ପଦ୍ମ ପୁରସ୍କୃତଙ୍କ ମଧ୍ୟରେ ଆଦିବାସୀଙ୍କୁ ଦେଖି ଭାରତ ଗର୍ବିତ’ ।
ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।
ରଜନୀକାନ୍ତଙ୍କ ଫଟୋ, ନାଁ ଇତ୍ୟାଦି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ, ଓକିଲ ଜାରି କଲେ ନୋଟିସ୍ ।
ସୁପ୍ରଭାତ ,ଶୁଭ ସକାଳ ।