ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ୨ୟ ଦିନ, କଟକରେ ମା’ ଚଣ୍ଡୀଙ୍କୁ କରିବେ ଦର୍ଶନ*
*ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ୨ୟ ଦିନ, କଟକରେ ମା’ ଚଣ୍ଡୀଙ୍କୁ କରିବେ ଦର୍ଶନ*
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ଖବର ଅନୁଯାୟୀ, ସକାଳ ୮ଟାରେ ରାଜଭବନରୁ କଟକ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୯ଟା ୨୦ରେ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚିବେ। ୯ଟା ୩୦ରୁ ୯ଟା ୪୫ ଯାଏଁ ମା’ଙ୍କ ଦର୍ଶନ କରିବେ। ୧୦ଟା ୧୫ରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଞ୍ଚିବେ ରାଷ୍ଟ୍ରପତି । ୧୦ଟା ୪୫ ସୁଦ୍ଧା ଜବାହାରଲାଲ ନେହରୁ ଇନ୍ ଡୋର ଷ୍ଟାଡିୟମ୍ ରେ ପହଞ୍ଚିବେ।
ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ୧୨ଟାରେ ଇନ୍ ଡୋର ଷ୍ଟାଡିୟମ୍ ରୁ ବାହାରି ମ୍ୟୁଜିଅମ୍ ଅଫ୍ ଜଷ୍ଟିସ୍ ଯିବେ। ମଧ୍ୟାହ୍ଣ ୧୨ଟା ୩୫ରେ ହାଇକୋର୍ଟରେ ପହଞ୍ଚିବେ। ହାଇକୋର୍ଟର ଜଜେସ୍ ଲାଉଞ୍ଜରେ ମଧ୍ୟହ୍ଣ ଭୋଜନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ମଧ୍ୟାହ୍ଣ ଭୋଜନରେ ଆୟୋଜନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ।
ଏହାପରେ ୩ଟାରୁ ୩ଟା ୪୫- SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନ ଫେରି ରାତ୍ରୀଯାପନ କରିବେ । ଗୁରୁବାର ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ୧୦ଟା ୩୫ରେ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ। ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ ।
ଶେଷରେ ୨୭ ତାରିଖ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବ୍ଲୁ-ବୁକ୍ ଗାଇଡଲାଇନ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଜଭବନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।