ଜମିଜମା ବିବାଦକୁ ନେଇ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର

IMG-20230720-WA0016
Share

ଜମିଜମା ବିବାଦକୁ ନେଇ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର
ବୁଗୁଡ଼ା : ତା ୨୦/୦୭/୨୩ : ଜମିଜମା ବିବାଦକୁ ନେଇ ବୁଗୁଡା ଥାନା ନିମପଦର ଗ୍ରାମରେ ପ୍ରତିପକ୍ଷଙ୍କ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଆହତ ଦମ୍ପତି ହେଲେ ଗ୍ରାମର ଆଦିକନ୍ଧ ସାହୁଙ୍କ ପୁଅ ସୁଶାନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ବନିତା l ବୁଧବାର ରାତି ପ୍ରାୟ ୯ଟା ବେଳେ ସୁଶାନ୍ତ ଓ ବନିତାଙ୍କ ସହ ସେହି ଗ୍ରାମର ରବି ଗୌଡ଼, ଭଗବାନ ଗୌଡ଼, ଶିବରାମ ଗୌଡ଼ ପ୍ରମୁଖ ପାଟିତୁଣ୍ଡ କରିବା ସହ ଖଣ୍ଡା ଓ ଟାଙ୍ଗିଆ ସାହାଯ୍ୟରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ । ସ୍ୱାମୀକୁ ବଞ୍ଚାଇବାକୁ ଯାଇଥିବା ବେଳେ ବନିତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପୋଲିସ ଏନେଇ ଦୁଇଟି ମାମଲା ରୁଜୁ କରି ଗୋଟିଏ ପକ୍ଷର ରବି ଗୌଡ଼, ଭଗବାନ ଗୌଡ଼ ଓ ଶିବରାମ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି l