April 25, 2026

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

IMG-20230720-WA0020
Share

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଏ।