April 24, 2026

ଚିକିଟି ମୌଜାରେ ମାଳ ମାଳ ବିଦେଶୀ ମଦ ଦୋକାନ ——-

Screenshot_2023-07-15-08-27-02-154_com.gbwhatsapp
Share

 

ଚିକିଟି ମୌଜାରେ ମାଳ ମାଳ ବିଦେଶୀ ମଦ ଦୋକାନ ——-

(ସନ୍ତୋଷ କୁମାର ପ୍ରଧାନ ,ଚିକିଟି)
ମଦ ପିଇବାକୁ କେନ୍ଦ୍ରକରି ପ୍ରତ୍ୟେକ ପରିବାରରେ ଅଶାନ୍ତିର ବାତାବରଣ ଲାଗି ରହୁଥିବା ବେଳେ ମଦୁଆଙ୍କ ଦୈରାମ୍ୟ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ମଦକୁ ନେଇ ଅନେକ ପରିବାର ତଳିତଳାନ୍ତ ମଧ୍ୟ ହୋଇ ଗଲାଣି, ସେପଟେ ସରକାର ମଦ ଭେଣ୍ଡର କରି ରାଜସ୍ଵ ଗୋଟାଇବାରେ ଲାଗିଛନ୍ତି, ଏହିପରି ଏକ ଘଟଣା ଦେଖିବାକୁ ମିଳୁଛି ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଗଡ଼ ମୌଜାରେ , ଗତବର୍ଷ July ମାସରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଏଠାରେ ନୂତନଭାବେ ଖୋଲା ଯାଇଥିଲା,ଯଦ୍ବାରା ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା, ବର୍ଷ ପୁରୁଣି ପୁଣି ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଆବେଦନ ହୋଇଛି, ଆଗକୁ ନିର୍ବାଚନ ଆସୁଥିବା ରୁ ଏହି ଠିପି ଖୋଲା ମଦ ଦୋକାନ ଯଦି ଏହି ଅଞ୍ଚଳରେ ଖୋଲାଯାଏ ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡି ଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି, ସେହିଭଳି ଭାବେ ଯଦି ଏହି ଅଞ୍ଚଳରେ ମଦ ଦୋକାନ ଖୋଲିଯାଏ ତେବେ ଜନସାଧାରଣ ଏହାର ଘୋର ବିରୋଧକରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି,ଦେଖାଯାଉ ସରକାର ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ରାଜସ୍ବ ଗୋଟାଇବେ ନାଁ ଅନୁମତି ନ ଦେଇ ଅଞ୍ଚଳରେ ଶାନ୍ତି ବଜାୟ ରଖିବେ ।

You may have missed