March 10, 2026

ଆସିକା ଏନ ଏ ସି ନୋଡାଲ ହାଇସ୍କୁଲ ଠାରେ ସ୍କାଉଟ ଗାଇଡ଼ ମାନଙ୍କ ଦୀକ୍ଷା ଗ୍ରହଣ

IMG-20230714-WA0050
Share

ଆସିକା ଏନ ଏ ସି ନୋଡାଲ ହାଇସ୍କୁଲ ଠାରେ ସ୍କାଉଟ ଗାଇଡ଼ ମାନଙ୍କ ଦୀକ୍ଷା ଗ୍ରହଣ

ଆସିକା 14/07- ଆସିକା ଏନ ଏ ସି ନୋଡାଲ ହାଇସ୍କୁଲ ଠାରେ ସ୍କାଉଟ ଗାଇଡ଼ ମାନଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂନନ୍ଦନ ପଣ୍ଡା,କାଉନସିଲର ସଂଯୁକ୍ତା ଶତପଥି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା,ଶୁଭେନ୍ଦୁ ମିଶ୍ର, ମନୋରଞ୍ଜନ ରଥ,ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା,ଗୀତାଞ୍ଜଳି ସାବତ ପ୍ରମୁଖ ଉପସ୍ଥିତ ରହି 21ଜଣ ସ୍କାଉଟ ଓ 13 ଜଣ ଗାଇଡ଼ ଆଜି ଦୀକ୍ଷିତ ହୋଇଥିଲେ l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଅମିୟ ରଞ୍ଜନ ନାୟକ, ସୁଭଶ୍ରୀ ପଣ୍ଡା, ଭାଗ୍ୟଲକ୍ଷ୍ମୀ ପାଢୀ, ମୁକେଶ କୁମାର ଦାଶ, ପ୍ରଦିପ କୁମାର ଶତପଥୀ, ସୁରେନ୍ଦ୍ର ନାଥ ପଟ୍ଟନାୟକ, କାମିନି ଦେବି, ସଞ୍ଜୁଲତା ସାବତ, ସୂର୍ଯ୍ୟନାରାୟଣ କର ପ୍ରମୁଖ ସହଯୋଗ କରିଥିଲେ l