November 25, 2024

କୋଟପାଡ଼ ଜାତୀୟ ରାଜ ପଥ ଡାକ ବଙ୍ଗଳା ଠାରେ ବୁଥ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଯାହାକୁ ନେଇ ଦଳରେ ଅସନ୍ତୋଷ ଆରମ୍ଭ ହୋଇ ଥିବା ଜଣା ଯାଇଛି I

Share

 

କୋଟପାଡ଼ ଜାତୀୟ ରାଜ ପଥ ଡାକ ବଙ୍ଗଳା ଠାରେ ବୁଥ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଯାହାକୁ ନେଇ ଦଳରେ ଅସନ୍ତୋଷ ଆରମ୍ଭ ହୋଇ ଥିବା ଜଣା ଯାଇଛି I ସୂଚନା ଅନୁ ଯାଇ କଂଗ୍ରେସ ଦଳର ବ୍ଲକ ସଭାପତି , ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଏବଂ ବରିଷ୍ଠ ନେତୃମଣ୍ଡଳି ଭୁବନେଶ୍ୱର ଯାଇ ସଂଗଠନ ବିଷୟ ରେ ରାଜ୍ୟ ସଭାପତି ଙ୍କ ସହିତ ଆଲୋଚନା ଚାଲି ଥିବା ବେଳେ ଏଠାରେ ତରବରିଆ ଭାବେ ବୁଥ କମିଟି ଗଠନ କରିବା କେତେ ଦୂର ଯୁକ୍ତିଯୁକ୍ତ ? ଯେଉଁ ପଞ୍ଚାୟତ ର ବୁଥ କମିଟି ଗଠନ କରାଗଲା ସେଇ ପଞ୍ଚାୟତ ର ବୁଥ ନ ଯାଇ କୋଟପାଡ଼ ଡାକ ବଙ୍ଗଳା ଠାରେ ଅତି ତରବରିଆ କମିଟି ଗଠନ କରାଗଲା କାହା ଇଙ୍ଗୀତ ରେ ? ବୁଥ କମିଟି କେଉଁ ପ୍ରକାର ରେ କରାଯିବା କଥା ସେହି ସଂଗଠନ କରୁଥିବା ବ୍ୟକ୍ତି ମାନଙ୍କୁ ଜଣା ନାହଁ କି ? ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇଛି ଯେ କଂଗ୍ରେସ ର ସଂଗଠନ କେଉଁ ପ୍ରକାର ରେ ଚାଲିଛି ! ବିଗତ ବିଧାନ ସଭା ନିର୍ବାଚନ ରେ ଏହି ଦଲାଲ ନେତା କୁ କୋଟପାଡ଼ ଜନସାଧାରଣ ଭଲ ଭାବରେ ଜାଣି ସାରିଛନ୍ତି ! ଏହି ଦଲାଲ ନେତାଙ୍କ ଯଦି ସଂଗଠନ ଭଲ ତାହାହେଲେ ବିଗତ ବିଧାନ ସଭା ନିର୍ବାଚନ ରେ 1 ନମ୍ବର ବୁଥ (ବେଲଗାଁ )ରେ କେତେ ଭୋଟ କଂଗ୍ରେସ ପାଇଛି ଏବଂ ଷୋଡରଙ୍ଗା ପଞ୍ଚାୟତ ରେ କାହଁକି କଂଗ୍ରେସ ପଛେୟ ଗଲା I ତେଣୁ ଏହି ଠେକା ନେତାଙ୍କ ଯୋଗୁଁ ସଂଗଠନ ଭୁଶୁଡି ବାରେ ଲାଗିଛି I ସାଂସଦ ଓ ବିଧାୟକ ପରାଜୟ ହୋଇ ଦଳ ଛାଡି ଚାଲି ଗଲେ କିନ୍ତୁ ଏ ବାବୁ ମାନେ ତାଙ୍କୁ ଏ ଯାଏ ଛାଡି ନାହାନ୍ତି I ନିର୍ବାଚନ ମଣ୍ଡଳୀ ସଭାପତି ଦାୟିତ୍ୱ ରେ ରହି ଚାରୋଟି ବ୍ଲକରେ ଗୋଟିଏ ବୈଠକ କରି ନ ଥିବା ନେତା ଯେଉଁଠି ଠେକା କାମ ସେଇଠି ସଂଗଠନ ତାହା କାହାକୁ ଅଛପା ନାହିଁ. ୱାର୍ଡ ରେ ସ୍ଲାମ ଡବଲପ ମେଣ୍ଟ ଓ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଠିକା କାମ କରୁ ଥିବାରୁ କେବଳ ପୌରାଧକ୍ଷ ଏମ ସଙ୍କର ରାଓ ଏବଂ ମନହର ବିଶୋଇ ଙ୍କୁ ଡାକି ବୈଠକ କରା ଯାଇଅଛି ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ ରେ ବରିଷ୍ଟ ନେତା ଓ କର୍ମୀ ମାନେ ଗଣ ମାଧ୍ୟ୍ୟମରେ ସୂଚନା ଦେଇ ଥିବା ଜଣା ଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା
କଂଗ୍ରେସ ର ବୁଥ କମିଟି ବୈଠକ ପରେ ଅସନ୍ତୋ