September 18, 2026

ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

IMG-20230711-WA0014
Share

ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବୁଗୁଡ଼ା : ତା ୧୧/୦୭/୨୩ : ବୁଗୁଡ଼ା ବ୍ଲକ ବିରଞ୍ଚିପୁର ଗ୍ରାମସ୍ଥ ଶ୍ରୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉଲା ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ଯାପକ ବିଭୂତି ଭୂଷଣ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ କବିରାଜ ଗୌଡ଼ , ସିମାଞ୍ଚଳ ନନ୍ଦ , ସନ୍ତୋଷ କୁମାର ସେଠୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ବିପ୍ର ଚରଣ ଜେନା , ସୂର୍ଯ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଦୀର୍ଘ ୨୭ ବର୍ଷ କାଳ ହାଇସ୍କୁଲରେ ନିଷ୍ଠାପର ସେବାକରି ଅବସର ଗ୍ରହଣ କରିଥିବା କର୍ମଚାରୀ ଉଲା ସାହୁଙ୍କୁ ଉପଢୌକନ ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶିକ୍ଷକ ସୁକାନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।