March 10, 2026

ପୁଣି ଜନନୀ ଯନ୍ତ୍ରଣା,ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ,

IMG-20230708-WA0073
Share

ପୁଣି ଜନନୀ ଯନ୍ତ୍ରଣା,ଗୁଡାରୀ ବ୍ଲକ ଜିମାରାଓ ଗ୍ରାମ କୁ ଭଲରାସ୍ତା ନଥିବାରୁ ଗଲାନାହିଁ ଆମ୍ବୁଲାନସ,

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା,ଡ୍ରାଇଭର କୁ ଚାରି ଆଡେ଼ ପ୍ରଂଶାସ
ପୁଣି ଜନନୀ ଯନ୍ତ୍ରଣା।ଗାଁ କୁ ଭଲ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ।୪କିମି ରାସ୍ତା ଭଲ ନଥିବାରୁ ଗାଡି ଟି ଗାଁକୁ ଯାଇ ପାରି ନଥିଲା।ଆମ୍ବୁଲାନସ ପାଇଲଟ ନିଜେ ଗାଁ କୁ ଯାଇ ଭାର କରି ଆଣିଥିଲେ।ଗାଡି ରେ ପହଞ୍ଚି ମେଡିକାଲ କୁ ଆଣିବା ସମୟରେ ଅଧାବାଟରେ ଜନ୍ମ ହେଲା ଶିଶୁ କନ୍ୟା।ଏପରି ଅଭାବନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗ୍ରାମରେ।ଜିମାରାଓ ଗ୍ରାମକୁ ଭଲରାସ୍ତା ନଥିବାରୁ ଏପରି ଘଟଣା ଘଟିଛି।ଗାଡ଼ି ଡ୍ରାଇଭର ନିଜେ ଭାର କରି ଆଣିଥିଲେ। ଡ୍ରାଇଭର ଡି ସୁରେଶ ବାବୁ ର ମହାନତା।ଏବେ ଚାରି ଆଡରୁ ପ୍ରଶଂସା ର ପାତ୍ର ହୋଇଛନ୍ତି।
ସୂଚନା ଅନୁସାରେ ଆଜି ଅର୍ଜୁନ ଜାଗରଙ୍ଗା ଙ୍କ ପତ୍ନୀ ସୁଭଦ୍ରା ଜାଗାରଙ୍ଗା କୁ ପ୍ରସବ ବେଦନା ହୋଇଥିଲା।ଏହା ପରେ ଆସା ଦିଦି ୧୦୨ଆମ୍ବୁଲାନ୍ସ କୁ ଡାକିଥିଲେ।ସକାଳ ୬ଟା ସମୟ ରେ ଗାଡ଼ି ଟି ବାହାରି ଜୀମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଲା। ପରେ ପାଇଲଟ ଗାଁ କୁ ଯାଇ ଗର୍ଭବତୀ ମାଁ,ସମ୍ପର୍କୀୟ ମିଶି ଭାର କରି ୪କିମି ଚାଲି ଚାଲି ଆସିଥିଲେ।ଗାଡ଼ି ଟି ଆସିବା ସମୟ ରେ ଅଧିକା ବେଦନା ହେବାରୁ ଗାଡ଼ି ରେ ଜନ୍ମ ହୋଇଥିଲା ଶିଶୁ କନ୍ୟା।ତାପରେ ପୁଣି ନବ ଜାତ ଶିଶୁ ଏବଂ ମାଆ ଙ୍କୁ ଧରି ଗୁଡ଼ାରୀ ମେଡ଼ିକାଲ କୁ ପହଞ୍ଚି ଥିଲା।ବର୍ତ୍ତମାନ ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି।
ଗୁଡ଼ାରି ଠାରୁ ପ୍ରାୟ ୨୫କିମି କିଲୋମିଟର ରାସ୍ତା। ମଧୁବନ ଗ୍ରାମ ପଂଚାୟତର ଅପହଞ୍ଚ ଇଲାକା ଜିମାରାଓ ଗ୍ରାମ । ଦେଶ ସ୍ଵାଧୀନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଜୀମାରାଓ ଗ୍ରାମକୁ ରାସ୍ତା ନାହି। ରାଜ୍ୟ ସରକାର ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ ଜୀମାରାଓ ରାଜ୍ୟ ବାହାରେକି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉକ୍ତ ଗ୍ରାମରେ ପ୍ରାୟ ତିରିଶିରୁ ଅଧିକ ଘର ଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ସୁବିଧା ହୋଇ ପାରିନାହିଁ। ପ୍ରଶାସନର ଦୃଷ୍ଟି ପଡୁ। ଆଜିର ଘଟଣାଟି ଏପରିଥିଲା ଜୀମାରାଓ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ୧୦୮ ଜନନୀ ଗାଡିର ଚାଳକ ଡି.ସୁରିବାବୁ ୪ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ପୂଣି ମହିଳା ଜଣଙ୍କ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଁଚି ଥିଲେ। ଏଥି ମଧ୍ୟରେ ମହିଳା ଜଣକ ୧୦୮ଗାଡ଼ିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଉଭୟେ ଭଲରେ ଥିବା ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର କହିଛନ୍ତି।ଏଠାରେ କହିବା କଥା ହେଲା ଡି ସୁରିବାବୁ ଏଥି ପୂର୍ବରୁ ବହୁବାର ଏମିତି ଗର୍ଭବତୀ ମହିଳା ମାନଙ୍କୁ କାନ୍ଧରେ ବୋହି ଆଣିଥିବା ନଜିର ରହିଛି। ସେ ଜଣେ ଅତୀ ଉତ୍ତମ ଏବଂ ସାହାଯ୍ୟ ପରାୟଣ ଯୁବକ ଅଟନ୍ତି।ଏବେ ତାଙ୍କୁ ଚାରି ଆଡେ଼ ରୁ ଶୁଭେଚ୍ଛା ର ସୁଅ ମିଳିଛି।ତେବେ ପ୍ରଶାସନ କେବେ ଏହି ଗ୍ରାମ କୁ ପକ୍କା ସଡ଼କ ଯୋଜନା ରେ ସାମିଲ କରୁଛି ତାକୁ ଏବେ ଦେଖିବାକୁ ବାକି ରହିଲା।