ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢାଉ , ୩୯୫୦ ଲିଟର ପୋଚ ନଷ୍ଟ ସହ ୧୭୬ ଲିଟର ଦେଶୀ ରନ୍ଧା ମଦ ଜବତ , ୨ ଗିରଫ

ବୁଗୁଡା : ତା ୦୬/୦୭/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରନ୍ଧା ଦେଶୀ ମଦର ଚୋରା କାରବାର ଚାଲିଥିବା ବେଳେ ଆଜି ତହସିଲ , ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇ ୩୯୫୦ ଲିଟର ପୋତ ନଷ୍ଟ କରାଯିବା ସହ ୧୭୬ ଲିଟର ମଦ ଜବତ କରି ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣା ଯାଇଛି । ଏ ନେଇ ସ୍ଥାନୀୟ ଅବକାରୀ ଥାନାରେ କେସ୍ ନଂ ୨୯/୨୩ ଓ ୩୦/୨୩ରେ ଦୁଇଟି ମାମଲା ରୁଜୁ ହୋଇଛି । ସ୍ଥାନୀୟ ତହସିଲଦାର ତାପସ ରାଉତଙ୍କ ନେତୃତ୍ବରେ ବୁଗୁଡ଼ା ଓ ଭଞ୍ଜନଗର ଅବକାରୀ ଷ୍ଟାଫ୍ , ବେଲଗୁଣ୍ଠା ଓ ବୁଗୁଡ଼ା ପୋଲିସ କର୍ମଚାରୀ ମିଳିତ ଭାବେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ , ବାଲିପିଣ୍ଡି ହରିଜନ ସାହି , ମାଣିତରା ପଞ୍ଚାୟତର ଦିଗି ଆଦି ସ୍ଥାନରେ ଚଢାଉ କରି ବ୍ଯାପକ ୩୯୫୦ ଲିଟର ପୋଚ ନଷ୍ଟ କରିଥିଲେ । ସେହିପରି ଶତ୍ରୁସୋଲ ଗାମରେ ଚଢାଉ କରି ୧୭୬ ଲିଟର ଦେଶୀ ମଦ ଓ ରନ୍ଧା ସରଞ୍ଜାମ ଜବତ ସହ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।