April 28, 2026

ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

a6294ccc-73f0-438e-8e72-05b276a28498
Share


ବୁଗୁଡ଼ା : ତା ୦୬/୦୭/୨୩ : ସରକାର ଜନସାଧାରଣଙ୍କ ହିତ ସାଧନ ଲକ୍ଷ୍ୟରେ ଯୋଜନାମାନ କରିଚାଲିଛନ୍ତି । ତେବେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ବେଳେ କୃଷିଜାତ ଦ୍ରବ୍ୟ ଅଭାବି ବିକ୍ରି ସମୟରେ କିଭଳି ଗଚ୍ଛିତ ରହିବ ଏବଂ ନିଅଣ୍ଟିଆ ସମୟରେ କିପରି ସଦୁଉପଯୋଗ କରାଯାଇପାରିବ ସେଥି ପାଇଁ ଶୀତଳ ଭଣ୍ଡାର ଭଳି କୌଣସି ବ୍ଯବସ୍ଥା ବୁଗୁଡ଼ା ଅଞ୍ଚଳରେ ନଥିବାରୁ ଅଧିକାଂଶ ସମୟରେ ପରିବା ଦର ଅନିୟନ୍ତ୍ରଣ ଅବସ୍ଥାକୁ ଚାଲି ଯାଉଛି । ଏବେ ବୁଗୁଡା ଅଞ୍ଚଳରେ ଦିନକୁ ଦିନ ପରିବା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । ପରିବା କିଣିବା କଥା ପଡିଲେ ଖାଉଟିଙ୍କୁ ଚିନ୍ତା ଘାରୁଛି । ଖୁଚୁରା ବଜାରରେ ଟମାଟ କିଲୋ ୧୨୦, ଫୁଲକୋବି ଓ କଲରା ୮୦ , ପୋଟଳ ୭୦ , ଝୁଲଣ – ଗୁହାଁର – ସଜନା ଛୁଇଁ ୬୦ , କାଙ୍କଡ-କଞ୍ଚା କଦଳୀ-ଜହ୍ନି – ଭେଣ୍ଡି ୫୦ , ଅମୃତଭଣ୍ଡା – ତୋରଡା – ସାରୁ – ବିଟ୍-କାକୁଡି – ଗାଜର – ବନ୍ଧାକୋବି – ବାଇଗଣ ୪୦ ଟଙ୍କାରେ ବିକ୍ରି ହେଉଛି ।ସେହିପରି ଅଦା କି.ଗ୍ରା. ପ୍ରତି ଦର ୧୧୦ ଟଙ୍କା , ରସୁଣ ଓ କଞ୍ଚାଲଙ୍କା ୧୨୦ , ସିମଳା ଲଙ୍କା ଦର ୧୬୦ ଟଙ୍କା ରହିଛି । ପ୍ରାୟ ସମସ୍ତ ପରିବା ଦର ୩୦ ଟଙ୍କାରୁ ଉର୍ଦ୍ଧ୍ବରେ ରହିଥିବା ବେଳେ ଆଳୁ ଓ ପିଆଜ ଦର ଏଥିରୁ ବାଦ ପଡିଛି । ତେବେ ଏହି ମହଙ୍ଗା ମାଡ ଯୋଗୁଁ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ପରିବା କେଜିଏ କିଣିବା ଜାଗାରେ ୨୫୦ ଗ୍ରାମ କିଣି ଆଣୁଥିବାର ଦେଖିବାକୁ ମିଳିଛି ।