September 21, 2024

ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ସାପ୍ଲିମେଣ୍ଟ୍ରି ପରୀକ୍ଷା

Share

ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ସାପ୍ଲିମେଣ୍ଟ୍ରି ପରୀକ୍ଷା

ଆସିକା-
୦୩/୦୭-ନିପ୍ର ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମାଟ୍ରିକ ସାପ୍ଲିମେଣ୍ଟ୍ରି ପରୀକ୍ଷା l ଆଜି ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ତତ୍ୱାବଧାନ ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ୦୩/୦୭/୨୦୨୩ଠାରୁ ଆସନ୍ତା ୦୮/୦୭/୨୦୨୩ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ l ରାଜ୍ୟ ମୁକ୍ତ ବିଦ୍ୟାଳୟ ସକାଶେ ୧୭୫ ଜଣ ନାମ ପଞ୍ଜିକୃତ କରିଥିଲା ବେଳେ ଆଜିକାର ପରୀକ୍ଷାରେ ୧୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ l ସେହିଭଳି ସପ୍ଲିମେଣ୍ଟ୍ରି ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ୧୧ ଜଣ ପରୀକ୍ଷାର୍ଥୀ ଆଜି ସମସ୍ତେ ପରୀକ୍ଷା ଦେଇଛନ୍ତି l ଏହିପରି ମୋଟ ୧୬୯ ଜଣ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେଇଛନ୍ତିl ପରୀକ୍ଷା କୁ ସୁଚାରୁରୂପେ ତୁଲାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡୀ କରାଯାଇଥିଲା l