April 29, 2026

ମିଶନ ଶକ୍ତି ଋଣ କର୍ମଶାଳା ଉଦଯାପିତ

IMG-20230704-WA0056
Share

ମିଶନ ଶକ୍ତି ଋଣ କର୍ମଶାଳା ଉଦଯାପିତ
………………….
ଧରାକୋଟ,4/7/23
ଧରାକୋଟ ବ୍ଲକ ବୈଠକ ଗୃହରେ ଦୁଇ ଦିନ ଧରି ଚାଲିଥିବା ମିଶନ ଶକ୍ତି ଋଣ କର୍ମଶାଳା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅତିଥି ଭାବରେ ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶୀଲ ପଟନାୟକ, ସି ଡି ପି ଓ ସୁନୀଲ ପ୍ରଭା ରଥ, ବି ପି ଏମ ପ୍ରତାପ ସ୍ୱାଇଁ, ବି ଏଲ ଏଫ ସଭାପତି ଗୀତା ପଟ୍ଟନାୟକ, ସମ୍ପାଦକ ରିତାଞ୍ଜଲି ଭୂୟାଁ ଓ ବ୍ଲକ ପ୍ରୋଗମ ଆସିଷ୍ଟାଣ୍ଟ ବିଷ୍ଣୁ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମିଶନ ଶକ୍ତି ମାଧ୍ୟମରେ ବ୍ଲକ ସ୍ତରର ସମସ୍ତ ଏସ ହେଚ ଜି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ବାବଲମ୍ବୀ କରି ପାରିବେ,ଋଣ ନେଇ ପରିଶୋଧ କରି ପାରିବେ ତାହା ଉପରେ ଅତିଥି ମାନେ ମାର୍ଗ ଦର୍ଶନ କରିଥିଲେ । ରାଜ୍ୟ ସରକାର ମିଶନ ଶକ୍ତି କୁ ଅଧିକ ସଶକ୍ତି କରଣ ଓ କ୍ରିୟାଶିଳ କରି ମହିଳା ମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ଆର୍ଥିକ ଅଭିବୃଦ୍ଧି ସକାଶେ ପ୍ରତ୍ୟେକ ଗ୍ରୁପ ବିନା ସୁଧରେ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସୁଧ ରିହାତିର ସୁଯୋଗ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଋଣ ନେବା ଓ ଋଣ ଆଦାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ସ୍ଥାପନ ହେବାର ସୂଚନା କର୍ମଶାଳାରେ ଦିଆଯାଇଥିଲା । ଏହା ଦ୍ବାରା ମିଶନ ଶକ୍ତି ମାଧ୍ୟମରେ ଗ୍ରୁପ ର ମହିଳା ମାନେ ଛେଳି ଚାଷ, ମାଛ ଚାଷ,କୁକୁଡା ଚାଷ, ଫୁଲ ଚାଷ, ଶିଲେଇ କେନ୍ଦ୍ର, ବିଉଟି ପାର୍ଲର, ବଡି, ପାମ୍ପଡ,ଆଚାର ପ୍ରସ୍ତୁତି ସହ ଧାନମଣ୍ଡି ଖୋଲିବା ଭଳି ଗୁରୁତ୍ୱପୂର୍ଣ୍ଣ କାରବାର କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ। ଆଜିର କର୍ମଶାଳାରେ ଶହେ ଗୋଟି ଗ୍ରୁପ ର ସଭାପତି ,ସମ୍ପାଦିକା ମାନେ ଉପସ୍ଥିତ ରହିଥିଲେ।

You may have missed