June 16, 2026

ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ନୂତନ ଗୋଷ୍ଠୀ ଶିକ୍ଷାଧିକାରିଣୀ କୁ ସ୍ୱାଗତ ସମ୍ବର୍ଦ୍ଧନା

IMG-20230704-WA0012
Share

ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ନୂତନ ଗୋଷ୍ଠୀ ଶିକ୍ଷାଧିକାରିଣୀ କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା 04/07- ନିପ୍ର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଗୋଷ୍ଠୀ ଶିକ୍ଷାଧିକାରିଣୀ ମୁନ ରାଣୀ ମହାନ୍ତିଙ୍କୁ ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଅନିଲ କୁମାର ପାଣିଗ୍ରାହୀ, ସାମ୍ବାଦିକ ଖିରୋଦ ଚନ୍ଦ୍ର ବେହେରା,ପ୍ରଶାନ୍ତ କୁମାର ମୁନି, କମଳେନ୍ଦୁ ହୋତା, ମନୋଜ କୁମାର ନାୟକ, ମୁନା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଭେଟି ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ତତ ସହିତ ଆସିକାର ଶିକ୍ଷା ବ୍ୟବସ୍ଥା କିପରି ସୁଧୁରିବ,ନିୟମିତ ଶିକ୍ଷାଦାନ, ପରୀକ୍ଷା, ମଧ୍ୟାହ୍ନ ଭୋଜନ ସୁଚାରୁରୂପେ ତାକୁ କାର୍ଯ୍ୟକାରୀ କରାଇବା ସେହିଭଳି ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ଯୋଗାଇଦେବା ଏବଂ ଜଣେ ଶିକ୍ଷକ ଥିବା ବିଦ୍ୟାଳୟ କୁ ଶିକ୍ଷକ ଯୋଗାଇବା ବିଭିନ୍ନ ଶିକ୍ଷକ ସଙ୍ଘ ନାମରେ ରାଜନୀତି କରି ବିଦ୍ୟାଳୟ କୁ ଯାଉନଥିବା ଶିକ୍ଷକ ମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ନକଲି ଶିକ୍ଷକଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ପରି ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l

You may have missed