November 28, 2026

ନାଉଲ ରେ ଶ୍ରୀଜଗନ୍ନାଥ ମହୋତ୍ସବ ର ଚତୁର୍ଥସନ୍ଧ୍ୟା ଜଗନ୍ନାଥ ସଂସ୍କୃତି ବିଶ୍ୱରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କରିପାରିବ : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ

IMG-20261128-WA0082
Share

ତିର୍ତ୍ତୋଲ ତା 28/11/2026, ତିର୍ତ୍ତୋଲବ୍ଲକ ତୁଳଙ୍ଗପଞ୍ଚାୟତ ଅଧିନ ନାଉଲ ସ୍ଥିତ ବାବା ଈଶାନେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ପଚିଶତାରିଖ ଠାରୁ ଗଜପତି ମହାରାଜ ଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଚତୁର୍ଥସଂଧ୍ୟା ରେ ଅନୁଷ୍ଠାନର ମାର୍ଗଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ସାରଳାମନ୍ଦିରର ସେବାୟତ ହରେକୃଷ୍ଣ ରାଉଳ, ବିଶ୍ୱରଞ୍ଜନ ରାଉଳ, ହରେକୃଷ୍ଣ ନାୟକ, ଦେବୀପ୍ରସାଦ ରାଉଳ, ରଶ୍ମୀରଞ୍ଜନ ରାଉଳ ଓ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସହିତ ଜିଲ୍ଲା ଜଗନ୍ନାଥ ଭକ୍ତସମାଜର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ପ୍ରମୁଖ, ବେଦମନ୍ତ୍ର ର ସୁରଝଙ୍କାର ମଧ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଓ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ପରେ ପରେ ସ୍ୱତନ୍ତ୍ରଅତିଥି ଭାବରେ ଶ୍ରୀମନ୍ଦିର ର ବରିଷ୍ଠସେବାୟତ ଅଶୋକ କୁମାର ମହାଭୋଇ ମଞ୍ଚାସିନ ହୋଇ ଜୟଜଗନ୍ନାଥ ଧ୍ଵନି ରେ ପ୍ରବଚନସ୍ଥଳ କୁ ପ୍ରକମ୍ପିତ କରିଦେଇଥିଲେ l ମହୋତ୍ସବ କମିଟି ର ସଭାପତି ଦିବ୍ୟସୁନ୍ଦର ସାମଲ, ସମ୍ପାଦକ ସନ୍ତୋଷ କୁମାର ସାମଲ ଓ କର୍ମକର୍ତ୍ତା ସନ୍ତୋଷ କୁମାର ରାଉତ, ଜଗନି ଦାସ, ସର୍ବେଶ୍ୱର ମହାନ୍ତି, ପ୍ରଭାକର ମହାନ୍ତି, ଆଶିଷ କୁମାର ରାଉତ, ସ୍ମୃତିରଞ୍ଜନ ଦାସ,ସୁମନ୍ତ କୁମାର ଦାସ, ବାବାଜୀ ବିଶ୍ୱାଳ, ପୀତବାସ ଦାସ, ପ୍ରୀତିରଞ୍ଜନ ଦାସ ଓ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ବାବା ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟାର୍ପଣ କରିଥିବାବେଳେ କଳାକାର ସ୍ମୃତିରଞ୍ଜନ ସ୍ୱାଇଁ ମଞ୍ଚ ସଂଚାଳନ କରିଥିଲେ l ଏହି ଅବସରରେ ଏରସମା ବାଲିକୁଦା ର ବିଧାୟକ ସାରଦା ପ୍ରସାଦ ଜେନା ଓ ତଣ୍ଡିକୁଳପଞ୍ଚାୟତ ର ସରପଞ୍ଚ ସୁପ୍ରିୟା ଦାସ ଙ୍କୁ ଅନୁଷ୍ଠାନତରଫରୁ ମହାପ୍ରଭୁ ଜଗନ୍ନାଥ ଙ୍କ ଖଣ୍ଡୁଆପାଟ ଅର୍ପଣ କରିବାପରେ ବିଧାୟକ ଶ୍ରୀଜେନା ନିତ୍ୟନିରନ୍ତର ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ର ପ୍ରଚାରପ୍ରସାର କରି ଯେଉଁ କଥାମୃତ ପରିବେଷଣ କରୁଛନ୍ତି, ସେଥିପାଇଁ ସମାଜସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ ବୋଲି ମତ ରଖିଥିଲେ l ପ୍ରସଙ୍ଗ ଉଥାପନ କରି ମହାରାଜ କହିଲେ ଯେ ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଜଗନ୍ନାଥ ଙ୍କୁ ଦର୍ଶନ କରିବାପାଇଁ ଆକୁଳବ୍ୟାକୁଳ ହୋଇଉଠିଲେ ସେତେବେଳେ ଭଗବାନ ନିଜେ ଜଣେ ଜଟିଳ ସନ୍ୟାସୀ ବେଶରେ ଆସି ତାଙ୍କର ପୁରୁଷୋତ୍ତମ କ୍ଷେତ୍ରର ସୂଚନା ଦେଇଥିଲେ l ତାପରେ ଇନ୍ଦ୍ରଦ୍ୟୁମ୍ନ ନିଜର କୁଳପୁରୋହିତ ଙ୍କ ପୁତ୍ର ବିଦ୍ୟାପତି ଙ୍କୁ ପ୍ରେରଣ କରି ମହାପ୍ରଭୁ ନୀଳମାଧବ ଙ୍କ ସଂନ୍ଧାନ ପାଇଥିଲେ l ତେବେ ବିଳମ୍ବିତ ରାତ୍ରୀପର୍ଯ୍ୟନ୍ତ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ମହାପ୍ରଭୁ ଙ୍କ କ୍ଷେତ୍ରମାହାତ୍ମ୍ୟ ଦିବ୍ୟକଥା ଶ୍ରବଣକରି ଭାବବିହ୍ଵଳ ହୋଇଉଠିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed