November 28, 2026

ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନକଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ

IMG-20261128-WA0060
Share

ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନକଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ ସମ୍ବଲପୁର /ପଡ଼ିଆବାହାଲ, ୨୮.୧୧: ପୌରାଣିକ ପରମ୍ପରାର ଅନନ୍ୟ ନିଦର୍ଶନ ଧନୁଯାତ୍ରାକୁ ନେଇ ପଡ଼ିଆବାହାଲ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ଡିସେମ୍ବର ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ପଡ଼ିଆବାହାଲ ସାପ୍ତାହିକ ହାଟସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ପାଇଁ ଶୁକ୍ରବାର ବିଧିବଦ୍ଧ ଭାବେ ଶୁଭଖୁଣ୍ଟି ସ୍ଥାପନ ସହ କଂସ ମହାରାଜଙ୍କୁ ବରଣ କରାଯାଇଛି।ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରୋହିତ୍ୟରେ ବୈଦିକ ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ପ୍ରାରମ୍ଭରେ ଧ୍ୱଜା ସ୍ଥାପନ ପାଇଁ ଶକ୍ତିପ୍ରସନ୍ନ ବଡ଼ପଣ୍ଡାଙ୍କୁ ବରଣ କରାଯାଇଥିଲା। ପରେ ମହାରାଜା କଂସ ଭୂମିକାରେ ଅଭିନୟ କରିବାକୁ ଥିବା ଝସକେତନ ପ୍ରଧାନଙ୍କୁ ଜୟ ମା’ ବୁଢ଼ୀ ମାଉଲି ଯୁବକ ସଂଘ ପକ୍ଷରୁ ପାରମ୍ପରିକ ରୀତିରେ ବରଣ କରାଯାଇଥିଲା।ଏହି ଅବସରରେ ଧନୁଯାତ୍ରା ପଡ଼ିଆରୁ ମା’ ବୁଢ଼ୀ ମାଉଲି ମନ୍ଦିର ପର୍ଯ୍ୟନ୍ତ ପଡ଼ିଆବାହାଲ ବଜାର ଦେଇ ଏକ ଆକର୍ଷଣୀୟ ଓ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ଅଞ୍ଚଳର ବହୁ ସଂଖ୍ୟକ ଯୁବକ, ମହିଳା ଓ ସଂସ୍କୃତିପ୍ରେମୀ ସାମିଲ ହୋଇ ମହୋତ୍ସବର ଉତ୍ସାହକୁ ଦ୍ୱିଗୁଣିତ କରିଥିଲେ।ଏଥିରେ ପ୍ରମୋଦ ମଗର, ବରୁଣ କୁମାର ସାହୁ, ସଞ୍ଜୀବ ଭୋଇ, ବିପିନ ପ୍ରଧାନ, ମନୋଜ ସୁବୁଦ୍ଧି, ରାଜେଶ ମେହେର, ରୁପେଶ ପାତ୍ର, ସୁଦୀପ୍ତ ଭୁଏ, ଦୁର୍ଗେଶ ସାହୁ, ମୁନା ମହାନନ୍ଦ, ଶୁକ ମେହେର, ସୁବୋଧ କୁମାର ନାୟକ, ଅଶୋକ ରାୟ, ପ୍ରବୀଣ ସୁପକାର ଓ ଡା. ରାଜାରାମ ଷଡ଼ଙ୍ଗୀଙ୍କ ସମେତ ଶତାଧିକ ମହିଳା ସଭ୍ୟା ଯୋଗଦେଇଥିଲେ।ଧନୁଯାତ୍ରା କେବଳ ଏକ ମନୋରଞ୍ଜନଧର୍ମୀ ଉତ୍ସବ ନୁହେଁ, ବରଂ ଏହା ଆମର ଲୋକପରମ୍ପରା, ସାମୂହିକ ସହଯୋଗ ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତିଫଳନ। ଶୁଭଖୁଣ୍ଟି ସ୍ଥାପନ ସହ ଏହି ମହୋତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ପଡ଼ିଆବାହାଲ ଅଞ୍ଚଳରେ କଂସ ଦରବାର ଓ କୃଷ୍ଣଲୀଳାର ମାହୋଲ ଜମିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

You may have missed