September 21, 2024

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ଗୁଣାତ୍ମକ ଶିକ୍ଷାର ଉପରେ କର୍ମଶାଳା

Share

ଖୋର୍ଦ୍ଧା,୦୨/୦୭ (ଉପାନ୍ତ ଓଡିଶା) :ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ , ଖୋର୍ଦ୍ଧା ଜିଲ୍ଲା ତରଫରୁ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଏକ କର୍ମଶାଳା ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ସଭାପତି ଅମିକା ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ସମ୍ପାଦକ ସୁଧାକର ମହାପାତ୍ର ଏକ ଶ୍ବେତପତ୍ର ଉପସ୍ଥାପନା କରିଥିଲେ । ପ୍ରାରମ୍ଭରୁ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ . ଅମ୍ରିତା ପ୍ରୀତିନନ୍ଦା , ଓଷ୍ଟା ଜିଲ୍ଲା ଖୋର୍ଦ୍ଧା ପୂର୍ବତନ ସମ୍ପାଦକ ସନ୍ତୋଷ ଚନ୍ଦ୍ର କରି ଅତିଥିମାନଙ୍କ ପରିଚୟ ପ୍ରଦାନ କଲାପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ ଡ଼ . ପ୍ରୀତିନନ୍ଦା । ନିଷ୍ଠା , ତ୍ୟାଗ , ଆର୍ମୀୟତା , ଆଗ୍ରହ ମନୋବଳ ଆଧାରରେ ଶିକ୍ଷକମାନେ ଚାହିଁଲେ ଗୁଣାତ୍ମକ ଶିକ୍ଷା ଆଣିପାରିବେ ବୋଲି କହିବା ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ କି , କି ପରିବର୍ତ୍ତନ ଶିକ୍ଷକ ସମାଜ ଦ୍ବାରା ଅଣାଯାଇପାରିବ ନିର୍ଯ୍ୟାସ ସ୍ଥିର କରିବାକୁ ଆହ୍ବାନ ଦେଇଥିଲେ । ବକ୍ସିୟାନ୍ ଶିକ୍ଷକ ନେତା ତଥା ରାଜ୍ୟ ଓଷ୍ଟାର ପୂର୍ବତନ ସଭାପତି ପଦ୍ମନାଭ ବିଶ୍ୱାଳ , ରାଜ୍ୟ ଓଷ୍ଟାର ସମ୍ପାଦକ ରମାକାନ୍ତ ମହାପାତ୍ର , ପ୍ରଭାରୀ ମାଣିକେଶ୍ଵର ସ୍ଵାଇଁ , କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର , ରାଜ୍ୟ ସଂଘର ସାଧାରଣ ସମ୍ପାଦକ ରଂଜନ କୁମାର ଦାସ କହିଥିଲେ ଯେ , ସ୍କୁଲ କମ୍ପ୍ଲେକ୍ସ , ଏକ ପ୍ରକାର ଶିକ୍ଷକ , ଏକ ପ୍ରକାର ବିଦ୍ୟାଳୟ , ଶିକ୍ଷକମାନଙ୍କୁ ସମାନ ସୁବିଧା , ବ୍ଲକ ଗ୍ରାଣ୍ଟ ଉଚ୍ଛେଦ , ପ୍ରତ୍ୟେକ ବିଦ୍ୟାଳୟକୁ ଶିକ୍ଷକ ପ୍ରଦାନ ଆଦି ବ୍ୟବସ୍ଥା ଗୁଣାତ୍ମକ ଶିକ୍ଷାର ପ୍ରତିବନ୍ଧକ ବୋଲି ମତ ପୋଷଣ କରିଥିଲେ । ଶିକ୍ଷା ପ୍ରଦୀପର ପୂର୍ବତନ ସମ୍ପାଦକ ମଧୁସୂଦନ ଦେ , ରାଜ୍ୟ କାର୍ଯ୍ୟକାରୀ କମିଟିର ସଭ୍ୟ ଶିଶିର କୁମାର ଦାସ , ପ୍ରମୁଖ ବିଭିନ୍ନ ଆଲୋଚନାର ନିର୍ଯ୍ୟାସକୁ ଆଧାର କରି ଏକ ୫ଦଫା ସମ୍ବଳିତ ପ୍ରସ୍ତାବ ଗ୍ରହଣ କରି ଏହା ରାଜ୍ୟ ସରକାର ଓ ଶିକ୍ଷା ବିଭାଗର ଉକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ସ୍ଥିର ହେଲା । ଅପରାହ୍ନ ଅଧିବେଶନରେ ଶିକ୍ଷକମାନଙ୍କ ସମସ୍ୟା ଉପରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଦାଶ ଆଜି ପର୍ଯ୍ୟନ୍ତ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ କି କି ପଦକ୍ଷେପ ନେଇଛନ୍ତି ପ୍ରକାଶ କରିଥିଲେ । ନୂତନ ଭାବେ ନିର୍ବାଚିତ ରାଜ୍ୟ କର୍ମକର୍ତ୍ତାଙ୍କୁ ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ତରଫରୁ ସମ୍ବର୍ଦ୍ଧିତ କରାଯିବା ସହିତ ରାଜ୍ୟ ସଂଘ ତରଫରୁ ଜଣେ ଉତ୍ତମ ସଂଗଠକ ଓ ଆଦର୍ଶ ଶିକ୍ଷକ ଭାବେ ଜୟୀରାଜଗୁରୁ ଉ.ପ୍ରା ବିଦ୍ୟାଳୟର ସୁରେଶ ଚନ୍ଦ୍ର ବିଶ୍ବାଳଙ୍କୁ ସମର୍କିତ କରାଯାଇଥିଲା । ଏହି କର୍ମଶାଳାରେ ପ୍ରାଥମିକ ଶିକ୍ଷକ ସଂଘ , ଖୋର୍ଦ୍ଧା ଜିଲ୍ଲା ସଭାପତି ଅଗାଧୁ ସେଠୀ , ଉପସଭାପତି ପ୍ରସନ୍ନ କୁମାର ମହାପାତ୍ର , ଖୋର୍ଦ୍ଧା ବ୍ଳକ ଓଷ୍ଟାର ସମ୍ପାଦକ ଶରତ କୁମାର ରାଉତ , ପୂର୍ବତନ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ , ଅବରପ୍ରାପ୍ତ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଦେବରାଜ ପ୍ରଧାନ ସଂଙ୍କୁ ଅଂଶ ଗ୍ରହଣ କରିଥିଲେ । ପରିଚାଳନାର ସଫଳତା ପାଇ ଜିଲ୍ଲା ଓଷ୍ଟାର ଉପଦେଷ୍ଟା ଉପେନ୍ଦ୍ର କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)