ବାଲିଯାତ୍ରା ପଡ଼ିଆରେ ଭାଗବତ ଟୁଙ୍ଗୀ ଉଦ୍ଘାଟିତ
। ଘରେ ଘରେ ଭାଗବତ ଓ ଗୀତା ପହଞ୍ଚାଇବାକୁ ସଂକଳ୍ପ ।ତିର୍ତ୍ତୋଲ, ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ଓଡ଼ିଆ ଧାର୍ମିକ ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ତିର୍ତ୍ତୋଲର ପ୍ରସିଦ୍ଧ ଚେଳିତୋଳ ବାଲିଯାତ୍ରା ପଡ଼ିଆରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଭାଗବତ ଟୁଙ୍ଗୀ ଚଳିତ ବର୍ଷ ପାଇଁ ଉଦ୍ଘାଟିତ ହୋଇଯାଇଛି । ରାମା ୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁ ନନା)ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଧର୍ମଜାଗରଣ ମଞ୍ଚର ରାଜ୍ୟ ସଂସ୍କୃତି ପ୍ରମୁଖ ଡ଼ଃ ଶ୍ରୁତିସାଗର ମହାରାଜ, ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପଦ୍ମଶ୍ରୀ ବାବା ବଳିଆଙ୍କ ଆଦରଣୀୟ ଶିଷ୍ୟ ଡ଼ଃ ଅରୁଣ ପାଣି, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ସୁଶୀଲ କୁମାର ସାହୁ, ବିଶ୍ୱ ହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଡ଼ଃ ସୁନାକର ବେହେରା, ନୃସିଂହ ପୀଠର ମହନ୍ତ ରମାକାନ୍ତ ଦାସ, ଧର୍ମଜାଗରଣ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଲେଙ୍କା, ସମାଜସେବୀ ସୁଖେନ୍ଦୁ ଦାସ, ବାବାଜୀ ଦ୍ୱାରକାନାଥ ଦାସ, ସନ୍ତୋଷୀ ମାତା ଏବଂ ନିବେଦିତା ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ ନିଜ ବକ୍ତବ୍ୟରେ କହି ଥିଲେ ଯେ, ଆଜିର ସମାଜରେ ଆଧ୍ୟାତ୍ମିକ ମୂଲ୍ୟବୋଧ, ନୈତିକ ଶିକ୍ଷା ଓ ମାନବିକତାର ଜାଗରଣ ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ଘରେ ଘରେ ଭାଗବତ ଓ ଗୀତା ପହଞ୍ଚାଇବା ସହିତ ଆଗାମୀ ପିଢ଼ିକୁ ଆମର ମହାନ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ସହ ଯୋଡ଼ିବା ଦରକାର । ଏଥିସହ ପିଲାମାନଙ୍କ ପାଠ୍ୟକ୍ରମରେ ଗୀତା ଓ ଭାଗବତର ନୈତିକ ଶିକ୍ଷାକୁ ସ୍ଥାନିତ କରିବା ଦିଗରେ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଭାଗବତ ଟୁଙ୍ଗୀ କେବଳ ଏକ ଧାର୍ମିକ ଆୟୋ ଜନ ନୁହେଁ, ବରଂ ସମାଜରେ ସଂସ୍କାର, ସଦ୍ଭାବନା, ନୈତିକତା ଓ ମାନବିକ ମୂଲ୍ୟବୋଧର ପ୍ରସାର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
