କୁଣ୍ଡ ପଥରର ଜଳରେ ସ୍ନାନକୁ ନେଇ ରହିଛି ଲୋକବିଶ୍ୱାସ, ଅରାହାଟର ଅନ୍ୟତମ ଆକର୍ଷଣ ପାଲଟିଛି ଦର୍ଶନୀୟ ସ୍ଥାନ……
ଅନୁଗୋଳ : ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ‘କୁଣ୍ଡ ପଥର’ ଏବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ସ୍ଥାନର ପ୍ରାକୃତିକ ପରିବେଶ ଓ ଜଳକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ବିଭିନ୍ନ ଲୋକବିଶ୍ୱାସ ପ୍ରଚଳିତ ରହିଛି।ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ, କୁଣ୍ଡ ପଥରର ଜଳରେ ଶିଶୁମାନଙ୍କୁ ସ୍ନାନ କରାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। ଏହି ବିଶ୍ୱାସକୁ ଆଧାର କରି ଦୂରଦୂରାନ୍ତରୁ ଅନେକ ଲୋକ ନିଜ ପରିବାର ସହ ଏଠାକୁ ଆସିଥାନ୍ତି।କାହିଁ କେଉଁ କାଳରୁ ଏହି ସ୍ଥାନକୁ ନେଇ ଲୋକମାନଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ରହିଆସିଛି। ଦିନକୁ ଦିନ ଏଠାରେ ପର୍ଯ୍ୟଟକ ଓ ଦର୍ଶନାର୍ଥୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏଥିସହ ସ୍ଥାନଟିର ରୂପରେଖ ଓ ସୌନ୍ଦର୍ଯ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି।ପ୍ରାକୃତିକ ସୌନ୍ଦର୍ଯ୍ୟ, ପାରମ୍ପରିକ ବିଶ୍ୱାସ ଓ ସ୍ଥାନୀୟ ଆକର୍ଷଣକୁ ନେଇ କୁଣ୍ଡ ପଥର ଆଜି ଅରାହାଟ ଗ୍ରାମର ଏକ ପରିଚିତ ଦର୍ଶନୀୟ ସ୍ଥାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ ଏହି ଜଳରେ ସ୍ନାନ କଲେ ରୋଗ ଭଲ ହୁଏ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
