ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ସଚେତନତା ଶୋଭାଯାତ୍ରା ଓ ରଥର ଶୁଭାରମ୍ଭ…..
କୋରାପୁଟ: ବାଲ୍ୟ ବିବାହ ମୁକ୍ତ ଭାରତ ଗଠନର ସଙ୍କଳ୍ପ ନେଇ ବାଲ୍ୟ ବିବାହ ଓ ବଳପୂର୍ବକ ବିବାହ ଉଚ୍ଛେଦ ଦିବସ ଅବସରରେ ସାଉଥ୍ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ୍ (SOVA), କୋରାପୁଟ ପକ୍ଷରୁ ଏକ ଜନସଚେତନତା ଶୋଭାଯାତ୍ରା ଓ ‘ବାଲ୍ୟ ବିବାହ ମୁକ୍ତ’ ସଚେତନତା ରଥର ଆୟୋଜନ କରାଯାଇଛି।ଏହି ଅଭିଯାନକୁ କୋରାପୁଟ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ସମାଜରେ ବାଲ୍ୟ ବିବାହର କୁପରିଣାମ, ଶିଶୁଙ୍କ ଅଧିକାର ଓ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷିତ ଭବିଷ୍ୟତ ଉପରେ ଏହାର ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ।ଏକ ସୁସ୍ଥ, ସୁରକ୍ଷିତ ଓ ସମୃଦ୍ଧ ସମାଜ ଗଠନ ପାଇଁ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାକୁ ଦୂର କରିବା ଆବଶ୍ୟକ। ପ୍ରତ୍ୟେକ ଶିଶୁର ଅଧିକାର ସୁରକ୍ଷା କରିବା ସହ ତାଙ୍କୁ ଶିକ୍ଷା, ସ୍ୱାଧୀନତା ଓ ଉଜ୍ଜ୍ୱଳ ଭବିଷ୍ୟତର ସୁଯୋଗ ଦେବା ପାଇଁ ସମାଜର ସମସ୍ତ ବର୍ଗଙ୍କ ସାମୂହିକ ସହଯୋଗ ଓ ସକ୍ରିୟ ଭାଗିଦାରି କାମନା କରାଯାଇଛି।(ଗୁପ୍ତେଶ୍ୱର ରଥ କୋରାପୁଟ)


