ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ
।ତିର୍ତ୍ତୋଲ :-୨୬/୧୧/୨୬( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ) ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ୨୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାର ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ ୧୨ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟ ରଞ୍ଜନ ଦାଶ ସଭାପତିତ୍ୱ କରିଥିବା ବେଳେ, କୃଷ୍ଣାନନ୍ଦପୁର ଥାନାର ଆଇ.ଆଇ.ସି. ରଞ୍ଜନ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ କ୍ଷୀରୋଦ କୁମାର ଖଟୁଆ ଏବଂ ସମ୍ମାନିତ ଅତିଥିଭାବେ ଯଥାକ୍ରମେ ସ୍ଥାନୀୟ ସମିତିସଭ୍ୟ ସୁବାସ ଚନ୍ଦ୍ର ବେହେରା, ଏସଏମସି ସଭାପତି ବିପିନି ବିହାରୀ ସାହୁ,ମହମ୍ମଦ ଅତାହର ଅଲ୍ଲୀ, ସ୍ଥାନୀୟ କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରତାପ କୁମାର ସେଠୀ,ସିଆରସିସି ମୋହନ ଟୁଡୁ,ପ୍ରଧାନ ଶିକ୍ଷୟିତ୍ରୀ ଜସ୍ମିନ ମାରାଣ୍ଡି,ଶେଖ ଅବଦୁଲ ଭଟୁ,ଯତୀନ୍ଦ୍ର ନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଥିଲେ । ଅପରାହ୍ନ ସଭାର ମୁଖ୍ୟ ଅତିଥି ଥିଲେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମଲ ଏବଂ ମୁଖ୍ୟ ବକ୍ତା ଥିଲେ ବାବୁଲି ସ୍ୱାଇଁ, ସମ୍ମାନିତ ଅତିଥିଭାବେ ପ୍ରତାପ କୁମାର ସେଠୀ, ମଆଲୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଧନ୍ୟବାଦ ଦେଇଥିଲେ ଶିକ୍ଷକ ଶେଖ ଅମାନୁଲ୍ଲା !ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି ମାନେ ସହଯୋଗ କରିଥିଲେ ।

