November 27, 2026

ରାଣୀଗଡ଼ ଆଶ୍ରମ ବିଦ୍ୟାଳୟ ପରିସର ରେ 2026ସର୍ଗିଫୁଲ କାର୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ

IMG-20261127-WA0002
Share

lକୋରାପୁଟ ଜ଼ିଲ୍ଲା ଜୟପୁର ବ୍ଲକର ରାଣୀଗଡ଼ ଆଶ୍ରମ ବିଦ୍ୟାଳୟ ପରିସର ରେ ଚଳିତ 2026ବର୍ଷ ସର୍ଗିଫୁଲ କାର୍ଯକ୍ରମ ଅବସର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ସମାପ୍ତ ହବା ପରେ ଯୁବ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡି ଦୀର୍ଘ ତିନି ବର୍ଷ ରୁ ଉର୍ଦ୍ଧ୍ବ ଦିନ ଜ଼ିଲ୍ଲା ରେ ଜନ ପ୍ରତିନିଧି. ପ୍ରଶାସନ ଏବଂ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସାଙ୍ଗରେ ନେଇ ବହୁତ ସ୍ମୁଥ ରେ ନିଜ ଦାଇତ୍ୱ ତୁଲାଇ ଆସିଥିଲେ.ତାଙ୍କୁ ବଦଳି ହୋଇଯାଇ ଥିବାରୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇ ନୂତନ ଭାବରେ ଯୋଗଦାନ କରିଥିବା ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅରବିନ୍ଦ ରୟ ଙ୍କୁ ସ୍ୱାଗତ ଜଣାଯାଇଥିବାର ଜଣା ଯାଇଛି. ଉକ୍ତ ସ୍କୁଲ ର ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ସଙ୍କର ପ୍ରହରାଜ ଙ୍କ ସଭାପତିତ୍ୱ ରେ ଆୟୋଜିତ ସର୍ଗି ଫୁଲ ପ୍ରସ୍ତୁତି ବୈଠକ ରେ ଜ଼ିଲ୍ଲା ର ସମସ୍ତ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ. ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ସମେତ ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିବାର ଜଣା ଯାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed